ରାଜ୍ୟ ସ୍ପେଶାଲ ରିପୋର୍ଟ

ବସ୍‌ରେ ମହିଳା ପ୍ରଥମ ଯାତ୍ରୀ ବାରଣ…: ପଦକ୍ଷେପ ଗ୍ରହଣ କରୁ ପରିବହନ ଆୟୋଗ

ଭୁବନେଶ୍ବର : ବସ୍‌ରେ ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ବାରଣ କରାଯାଏ। ମହିଳାଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ମାନସିକତାର ଏହା ଆଉ ଏକ ପ୍ରତିଫଳନ। ଯାହାକୁ ଦୈନନ୍ଦିନ ଜୀବନରେ ଅନେକ ମହିଳା ଯାତ୍ରୀଙ୍କୁ ସହିବାକୁ ପଡ଼ିଥାଏ। ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ଉଭୟ ସରକାରୀ ଏବଂ ଘରୋଇ ବସ୍‌ରେ ମହିଳାମାନେ କିଭଳି ପ୍ରଥମ ଯାତ୍ରୀ ଭାବରେ ସୁରକ୍ଷିତ ପ୍ରବେଶ କରିପାରିବେ, ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ‌ ତାଙ୍କୁ ସୂଚନା ପ୍ରଦାନ ପାଇଁ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡାଙ୍କ ଅଭିଯୋଗ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ବସ୍‌ରେ ମହିଳା ଯାତ୍ରୀଙ୍କୁ ମନା ଶୀର୍ଷକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସବୁ ମହଲରେ ଏହି କୁତ୍ସିତ ପରମ୍ପରାକୁ ନିନ୍ଦା କରାଯାଇଥିଲେ ମଧ୍ୟ ବସ୍‌ଷ୍ଟାଣ୍ଡମାନଙ୍କରେ ଏହା ଆଜି ବି ବଳବତ୍ତର ରହିଛି। କଟକ ଆକାଶବାଣୀର କର୍ମଚାରୀ ସ୍ବାଗତିକା ସ୍ବାଇଁ କହନ୍ତି, ଅନେକ ସମୟରେ ଡ୍ୟୁଟି ସରିବା ପରେ କଟକ-ଭୁବନେଶ୍ବର ବସ୍‌ ଯାତ୍ରା ଆରମ୍ଭ କରିବାର ନିର୍ଧାରିତ ସମୟ ପୂର୍ବରୁ ସେ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ ବାଧ୍ୟ ହୁଅନ୍ତି। ଖରାଦାଉରୁ ବର୍ତ୍ତିବା ପାଇଁ ସେ ଯେତେଥର ବସ୍‌ରେ ଚଢ଼ିବା ପାଇଁ ଚେଷ୍ଟା କରନ୍ତି, ତାଙ୍କୁ ବାରଣ କରାଯାଏ। ଜଣେ ପୁରୁଷ ଚଢ଼ିବା ପରେ ହିଁ ତାଙ୍କୁ ଚଢ଼ିବାକୁ ଅନୁମତି ମିଳେ। ଏନେଇ ସେ କଟକ ଆର୍‌ଟିଓଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।

ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡା ‘ସମ୍ବାଦ’ର ରିପୋର୍ଟକୁ ସଂଲଗ୍ନ କରି ଏହି କଳଙ୍କିତ ପ୍ରଥା ସମ୍ପର୍କରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ମହିଳା ଆୟୋଗଙ୍କ ଏହି ଚିଠିକୁ ପରିବହନ କମିସନ ଏବଂ ବସ୍‌କର୍ମଚାରୀମାନେ କେତେ ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି, ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।