ବୌଦ୍ଧ ୨୨।୧: ବସ୍ ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଉଦେପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣକ ହେଲେ ଉଦେପୁର ଗ୍ରାମର ଖଗେଶ୍ବର କହଁର ।
ସୂଚନାଯୋଗ୍ୟ ଯେ, କଣ୍ଟାମାଳଠାରୁ ଫୁଲବାଣୀ ଯାଉଥିବା ମା’ ମଙ୍ଗଳା ନାମକ ଏକ ଘରୋଇ ବସରେ ଖଗେଶ୍ବର ଚଢିବା ସମୟରେ ହଠାତ୍ ତାଙ୍କ ଗୋଡ ଖସି ଯିବା ଫଳରେ ସେ ତଳେ ପଡିଯାଇଥିଲେ । ଏହି ସମୟରେ ବସର ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଖଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।