ଭୁବନେଶ୍ବର ୧୮।୬: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ବସ୍ତିରୁ ନାବାଳକଙ୍କ ମୃତଦେହ ମିଳିବା ମାମଲାରେ ପୋଲିସ ହାତରେ ଲାଗିଲା ଦ୍ବତରାଜ ନାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ
। ଦ୍ବତରାଜଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଲାଗିନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏସଏଫଏସଏଏଲକୁ ଭିସେରା ପଠାଇଲା କମିଶନରେଟ୍ ପୋଲିସ । ଦ୍ବତରାଜର ଜବତ ମୋବାଇଲକୁ ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବୋରେଟୋରୀକୁ ପଠାଯାଇଛି । ଏ ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।