ଅପରାଧ ରାଜ୍ୟ

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ, ତିନିଜଣଙ୍କୁ ଅଟକ ରଖିଛି ଯାଜପୁର ପୋଲିସ

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା ମଧ୍ୟରେ ଏକ ମୋବାଇଲ୍‌ ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ୍‌ କରି ହତ୍ୟା ଧମକ ଦେଇଥିଲେ । ସୁପାରୀ କିଲର ସହିତ ୩ଜଣ ଏକ କାର୍‌ ଯୋଗେ ତାଙ୍କୁ ହତ୍ୟା କରିବାକୁ ଆସୁଛନ୍ତି ବୋଲି କହିଥିଲେ । ଏହାପରେ ବିଧାୟକ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରି ଯାଜପୁର ଅଞ୍ଚଳରୁ ୩ଜଣ ଦୁର୍ବୃତ୍ତଙ୍କ ଅଟକ ରଖିଛି ଯାଜପୁର ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସ୍‌ପି କହିଛନ୍ତି ।

ତେବେ କିଏ ଓ କାହିଁକି ତାଙ୍କୁ ଏପରି ହତ୍ୟା ଧମକ ଦେଇଛି । ସେ ବିଷୟରେ ବିଧାୟକ ଜାଣିନଥିବା କହିଛନ୍ତି । ପୋଲିସ ଘଟଣାରେ ତଦନ୍ତ କରୁଛି । ଠିକ୍‌ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।