ଦେଶ ବିଦେଶ ଧର୍ମ

ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ କରନ୍ତୁ ଏହି ସମସ୍ତ କାମ, ମିଳିବ ସବୁ କ୍ଷେତ୍ରରେ ସଫଳତା

ନୂଆଦିଲ୍ଲୀ ୦୩।୦୨: ଚଳିତ ବର୍ଷ ଫେବୃଆରୀ ୫ ଶନିବାର ବସନ୍ତ ପଞ୍ଚମୀ । ଏହି ଦିନ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀଙ୍କୁ ସରସ୍ୱତୀ ପୂଜା କରାଯାଏ। ମା ସରସ୍ୱତୀ ହେଉଛି ଜ୍ଞାନର ଦେବୀ । ଯେଉଁ ବ୍ୟକ୍ତିମାନେ ଶିକ୍ଷା, କଳା କିମ୍ବା ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇ ନାହାଁନ୍ତି ସେହି ଲୋକମାନେ ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ଉଚିତ୍ । ସେମାନେ ମା ଶାରଦାଙ୍କୁ ସନ୍ତୁଷ୍ଟ କରି ସଫଳତା ହାସଲ କରି ପାରିବେ । ଯେଉଁମାନେ ମା ସରସ୍ୱତୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି, ସେମାନେ ବହୁ ଖ୍ୟାତି ଅର୍ଜନ ଲାଭ କରନ୍ତି । ଏହି ପଞ୍ଚମୀରେ ଦେବୀ ସରସ୍ୱତୀଙ୍କୁ ଖୁସି କରିବା ପାଇଁ କେଉଁ କେଉଁ ରାଶି ଗୁଡିକୁ କଣ କଣ କରିବା ଉଚିତ୍‌ ।

ମେଷ ରାଶି : ବସନ୍ତ ପଞ୍ଚମୀ ଅବସରରେ ମେଷ ରାଶିର ଲୋକମାନେ ଶିକ୍ଷାରେ ସଫଳତା ପାଇବା ପାଇଁ ସରସ୍ୱତୀ କବଚ୍‌ ପାଠ କରିବା ଉଚିତ୍ । ମା ଶାରଦାଙ୍କ କୃପାରୁ ତୁମ ଉପରେ ଆଶୀର୍ବାଦ ପ୍ରାପ୍ତ ହେବ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିମାନେ ନିଜ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ଏଥିପାଇଁ ସରସ୍ୱତୀ ପୂଜା ଦିନ ମା ଶାରଦାଙ୍କୁ ଧଳା ଚନ୍ଦନ ଏବଂ ଧଳା ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ମା ଶାରଦାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

ମିଥୁନ ରାଶି : ମା ସରସ୍ୱତୀ ହେଉଛି ଜ୍ଞାନର ଦେବୀ । ବସନ୍ତ ପଞ୍ଚମୀ ଦିନ ଏହି ରାଶିର ଲୋକମାନେ ସେମାନଙ୍କର ରୀତିନୀତି ଅନୁଯାୟୀ ସେମାନଙ୍କୁ ପୂଜା କରିବା ଉଚିତ୍ । ପୂଜା ସମୟରେ ଦେବୀ ସରସ୍ୱତୀଙ୍କ ପାଦରେ ସବୁଜ ରଙ୍ଗର କଲମ ଅର୍ପଣ କରନ୍ତୁ । ତା’ପରେ ଏହାକୁ ବ୍ୟବହାର କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁ ସଫଳତା ମିଳିବ ।

କର୍କଟ ରାଶି : କର୍କଟ ରାଶିର ଶାସକ ଗ୍ରହ ହେଉଛି ଚନ୍ଦ୍ର । ଏହି ରାଶିର ଲୋକମାନେ ମା ସରସ୍ୱତୀଙ୍କୁ ଚନ୍ଦ୍ର ସମ୍ବନ୍ଧୀୟ ଖାଦ୍ୟ ପଦାର୍ଥ ତଥା କ୍ଷୀରଙ୍କୁ ପ୍ରଦାନ କରିବା ଉଚିତ୍ । ଏହା ସହ ଆପଣ କଳା କ୍ଷେତ୍ରରେ ସଫଳତା ମଧ୍ୟ ପାଇବେ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତିମାନଙ୍କ ପାଇ ଶାସକ ଗ୍ରହ ହେଉଛି ସୂର୍ଯ୍ୟ । ଆପଣମାନେ ସରସ୍ୱତୀ ପୂଜା ଦିନ ମା ଶାରଦାଙ୍କୁ ଉପାସନା କରିବା ଉଚିତ୍ । ଏହା ସହ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ୍ । ଏବଂ ଶିକ୍ଷା ବ୍ୟତୀତ ଅନେକ କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା ରାଶି : ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା ପରେ କନ୍ୟା ରାଶିର ବ୍ୟକ୍ତିମାନେ ବହି, କଲମ, ପେନ୍‌ସିଲ୍‌ ଇତ୍ୟାଦି ଦାନ କରିବା ଉଚିତ୍ । ଏହା ଦ୍ବାରା ମା ଶାରଦାଙ୍କର ଆର୍ଶୀବାଦ ତୁମର କଲ୍ୟାଣ ହେବ ।

ତୁଳା ରାଶି : ତୁଳା ରାଶିର ଶାସକ ଗ୍ରହ ହେଉଛି ଶୁକ୍ର । ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା ପରେ ଧଳା ପୋଷାକ ଦାନ କରନ୍ତୁ । ମା ସରସ୍ୱତୀ ଧଳା ପୋଷାକ ପିନ୍ଧନ୍ତି ଏବଂ ଶୁକ୍ର ମଧ୍ୟ ଧଳା ପୋଷାକକୁ ଭଲ ପାଆନ୍ତି । ଏହା କରିବା ଦ୍ବାରା ତୁମର ସମସ୍ତ ସମସ୍ୟାର ସମାଧାନ ହେବ ।

ବିଛା ରାଶି : ସରସ୍ୱତୀ ପୂଜା ଦିନ ଏହି ରାଶିର ବ୍ୟକ୍ତିମାନେ ମା ଶାରଦାଙ୍କ ପାଦରେ ଏକ କଲମ ଅର୍ପଣ କରିବା ଉଚିତ୍। ଯାହା ଲାଲ ରଙ୍ଗର ହେବା ଉଚିତ୍‌। ମା ସରସ୍ୱତୀଙ୍କ କୃପାରୁ ତୁମେ ତୁମର କାର୍ଯ୍ୟରେ ସଫଳତା ପାଇବ ।

ଧନୁ ରାଶି : ଏହି ରାଶିର ଶାସକ ଗ୍ରହ ହେଉଛି ବୃହସ୍ପତି । ବସନ୍ତ ପଞ୍ଚମୀ ଦିନ ଏହି ରାଶିର ବ୍ୟକ୍ତିମାନେ ଦେବୀ ସରସ୍ୱତୀଙ୍କୁ ବେସନର ଲଡୁ ଅର୍ପଣ କରିବା ଉଚିତ୍ । ଏହା କରିବା ଫଳରେ ମା ସରସ୍ୱତୀ ତୁମର ସମସ୍ତ ଇଚ୍ଛା ପୂରଣ କରିବେ।

ମକର ରାଶି : ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ପରେ ମକର ରାଶିର ଲୋକମାନେ ଅଭାବୀ ତଥା ଗରିବ ଲୋକଙ୍କୁ ଚାଉଳ ଦାନ କରିବା ଉଚିତ୍ । ମାତା ଶାରଦାଙ୍କ କୃପାରୁ ଆପଣ ଶିକ୍ଷାରେ ସଫଳତା ପାଇବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ