ରାଜ୍ୟ

ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର

କଟକ: କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଶତାବ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଉଦ୍‌ଘାଟକ ଭା‌ବେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ତଥା ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ପ୍ରମୁଖ ଯୋଗଦେଇ ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡ଼ା ବାଟ ଓ ‘ଚୋରା ବାଲି ଭଳି ଉପନ୍ୟାସରେ ଥିବା ନାରୀ ଚରିତ୍ରର ବିଭିନ୍ନ ରୂପ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ବିଜୟାନନ୍ଦ ସିଂହ, କବି ଅମରେଶ ପଟ୍ଟନାୟକ, ଡକ୍ଟର ସୁନାମଣି ରାଉତ, ବ୍ରହ୍ମାନନ୍ଦ ବିଶ୍ବାଳ, ମାନସ ରଂଜନ ସାମଲ, ବିଚିତ୍ରାନନ୍ଦ ମିଶ୍ର, ଡାକ୍ତର ସୁଦର୍ଶନ ପଟ୍ଟନାୟକ, ଉମାଶଙ୍କର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ପ୍ରଫେସର ବିଜୟ କୁମାର ଶତପଥୀ ପୌରୋହିତ୍ୟ କରିଥିବା ବେଳେ ବିଷ୍ଣୁପ୍ରିୟା ଓତା, ଶତ୍ରୁଘ୍ନ ପାଣ୍ଡବ, ସଂଜିତା ମିଶ୍ର ଯୋଗଦେଇ ବସନ୍ତ କୁମାରୀ ପଟ୍ଟନାୟକଙ୍କ ଲେଖା ଉପରେ ଆଲୋଚନା କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ନରେନ୍ଦ୍ର ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ରଘୁନାଥ ମହାପାତ୍ର, ବୈଜୟନ୍ତୀ ମିଶ୍ର, ଜ୍ଞାନୀ ଦେବାଶିଷ ମିଶ୍ର ଯୋଗଦେଇ ବସନ୍ତ କୁମାରୀ ପଟ୍ଟନାୟକଙ୍କ ବିଭିନ୍ନ ଲେଖାରେ ନାରୀ ଓ ସମାଜପ୍ରତି ଥିବା ବାର୍ତ୍ତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସରାଓ ସ୍ବାଗତ ଭ‌ାଷଣ ଦେଇଥିବା ବେଳେ କ୍ଷେତ୍ରବାସୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଂପାଦକ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।