ଦେଶ ବିଦେଶ ମନୋରଞ୍ଜନ

ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ନିଯୁକ୍ତ କଲେ Election Commission

ଚଣ୍ଡିଗଡ଼ ୧୭/୧୧: ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ଆଇକନ୍ ନିଯୁକ୍ତ କରିଛନ୍ତି। ଏହି ସୂଚନା ସୋମବାର ଏଠାରେ ଜାରି ଏକ ଆଧିକାରିକ ବୟାନରେ ଦିଆଯାଇଛି। ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ମଞ୍ଜୁରୀ ମିଳିଯାଇଛି।

ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ସୋନୁ ସୁଦଙ୍କୁ ପୂରା ଦେଶ ସେତେବେଳେ ଜାଣି ଯାଇଥିଲା ଯେତେବେଳେ ସେ କୋଭିଡ-୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବାରେ ଆଗକୁ ବଢ଼ି ସାହାଯ୍ୟ କରିଥିଲେ।ସୋନୁ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବାରେ ପରିବହନ ସେବା ଉପଲବ୍ଧ କରାଇଥିଲେ ଏବଂ ତାଙ୍କ ମାନବ ସେବାକୁ ଦେଶବାସୀ ଭୁରି ଭୁରି ପ୍ରଶଂସା କରିଥିଲେ।

କରୋନା କାଳରେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇବା ପରେ ସୋନୁ ସୁଦ ବାରଣାସୀର ନାବିକ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏବେ ଏହି ବଲିଉଡ ଅଭିନେତା ଦେବରିଆର ଜଣେ ଗରିବ ଛାତ୍ରଙ୍କୁ ସ୍ବପ୍ନକୁ ପୂରଣ କରିବାର ଭାର ଉଠାଇଛନ୍ତି।

ଦେବରିଆର ଜଣେ ଛାତ୍ର କମ୍ପ୍ୟୁଟର ଇଞ୍ଜିନିୟର ହୋଇ ମାଆଙ୍କ ସ୍ବପ୍ନକୁ ପୂରଣ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଦାରିଦ୍ର୍ୟ ତାଙ୍କ ପାଠପଢ଼ା ମଝିରେ ଅନ୍ତରାୟ ସୃଷ୍ଟି କରୁଥିଲା। ଏବେ ସୋନୁ ସୁଦ ଛାତ୍ରଙ୍କର ଇଞ୍ଜିନିୟରିଂ ର ପୂରା ଖର୍ଚ୍ଚ କରିବାର ଦାୟିତ୍ବ ନେଇଛନ୍ତି। ସୋନୁ ଛାତ୍ରଙ୍କୁ କହିଥିଲେ ଯେ ମମ୍ମିଙ୍କୁ କହିବ ତୁମ ପୁଅ ଇଞ୍ଜିନିୟର ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ