ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍‌ ଅଭିନେତା ଅରୁଣ ବର୍ମାଙ୍କ ପରଲୋକ, ‘ନାୟକ’, ‘କିକ୍‌’ ଭଳି ଫିଲ୍ମରେ କରିଥିଲେ ଦମ୍‌ଦାର ଅଭିନୟବଲିଉଡ୍‌ ଅଭିନେତା ଅରୁଣ ବର୍ମାଙ୍କ ପରଲୋକ, ‘ନାୟକ’, ‘କିକ୍‌’ ଭଳି ଫିଲ୍ମରେ କରିଥିଲେ ଦମ୍‌ଦାର ଅଭିନୟ

ନୂଆଦିଲ୍ଲୀ, ୨୧/୦୧: ବଲିଉଡ୍‌ ଅଭିନେତା ତଥା କବି ଅରୁଣ ବର୍ମାଙ୍କ ଗୁରୁବାର ପରଲୋକ ହୋଇଥିବା ସୂଚନା ମିଳିଛି । ଅରୁଣଙ୍କ ପରଲୋକ ନେଇ ତାଙ୍କ ନାତି ଅମିତ୍‌ ଏକ ଜାତୀୟ ଖବର କାଗଜ ସଂସ୍ଥାକୁ ଜଣାଇଛନ୍ତି । ସେ ଭୋପାଳରେ ପ୍ରାଣତ୍ୟାଗ କରିଛନ୍ତି । ଅରୁଣ ବଲିଉଡ୍‌ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମ କିକ୍‌ ଏବଂ ମୁଝ୍‌ସେ ସାଦି କରୋଗିରେ ଅଭିନୟ କରିଥିଲେ ।

ଅମିତ୍‌ ଏନେଇ କହିଛନ୍ତି ଯେ, ଗୁରୁବାର ରାତି ୨ଟା ସମୟରେ ଅରୁଣଙ୍କ ପରଲୋକ ଘଟିଛି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୋପାଳର ପିପୁଲ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଅରୁଣଙ୍କର ମସ୍ତିଷ୍କରେ ବ୍ଲକ୍‌ ରହିଥିଲା ଏବଂ ଧିରେ ଧିରେ ଫୁସ୍‌ଫୁସ୍‌ ସହ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଅକାମି ହୋଇଯାଇଥିଲା । ଶେଷରେ ତାଙ୍କର କିଡ୍‌ନୀ ମଧ୍ୟ କାମ କରିନଥିଲା । ମୃତ୍ୟୁ ବେଳକୁ ଅରୁଣଙ୍କୁ ୬୨ ବର୍ଷ ହୋଇଥିଲା । ସେ ତାଙ୍କ ପିତାମାତାଙ୍କ ସହ ଅନ୍ୟ ୩ ଜଣଙ୍କ ସହିତ ରହୁଥିଲେ । ଗୁରୁବାର ଅପରାହ୍ଣ ୪ଟା ସମୟରେ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ ଅରୁଣ ନିକଟରେ କଙ୍ଗନା ରଣାୱାତ୍‌ଙ୍କ ପ୍ରୋଜେକ୍ଟ ଟିକୁ ୱେଡ୍‌ସ ସେରୁର ସୁଟିଙ୍ଗ୍‌ ସରିଥିଲେ । ୧୯୮୭ ମସିହାରେ ସେ ସନ୍ନି ଦେଓଲଙ୍କ ଅଭିନୀତ ଡକାୟତରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ପରେ ସେ ଚର୍ଚ୍ଚିତ ଚଳଚ୍ଚିତ୍ର ନାୟକ, ପ୍ରେମ୍‌ ଗ୍ରନ୍ଥ, ମୁଝ୍‌ସେ ସାଦି କରୋଗି, ଖଳନାୟକ ଏବଂ ହିରୋପନ୍ଥୀ ଆଦିରେ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ