ଦେଶ ବିଦେଶ ମନୋରଞ୍ଜନ

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଚେସ୍ ଖେଳରେ ବି ମାହିର: ବିଶ୍ୱ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କୁ ଦେବେ ଟକ୍କର

ମୁମ୍ବାଇ ୦୮/୦୬: ବଲିଉଡର ସୁପରଷ୍ଟାର ଅମୀର ଖାନ କେବଳ ଅଭିନୟରେ ନୁହଁନ୍ତି ଚେସର ମଧ୍ୟ ମାଷ୍ଟର ଏବଂ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କ ପ୍ରତିଭା ବିଷୟରେ ଅନେକ ଥର ଅବଗତ କରାଇଛନ୍ତି। ଅଭିନେତା ଚେସ୍ ପ୍ରତି ଅନେକ ଥର ନିଜର ଦୁର୍ବଳତା ମଧ୍ୟ ପ୍ରକାଶ କରିଛନ୍ତି। କିନ୍ତୁ, ବର୍ତ୍ତମାନ ସୁପରଷ୍ଟାର ଅମୀର ଖାନଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ଅଛି । ପାଞ୍ଚ ଥର ବିଶ୍ୱ ଚାମ୍ପିୟନ୍ ହୋଇଥିବା ବିଶ୍ୱନାଥନ ଆନନ୍ଦଙ୍କ ସହ ଅମୀର ଖାନ ଚେସ୍ ଖେଳିବେ। ବଲିଉଡର ସୁପରଷ୍ଟାରମାନେ ଖୁବ୍ ଶୀଘ୍ର ଚେସ୍ ଜଗତର ସୁପରଷ୍ଟାରମାନଙ୍କ ସହିତ ଟକର ଦେଉଥିବା ଦେଖିବାକୁ ମିଳିବ । ଏହି ସୂଚନା Chess.Com India ଦ୍ୱାରା ଦିଆଯାଇଛି । ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଜୁନ୍ ୧୩ ରେ ହେବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ Chase.com ଇଣ୍ଡିଆ ପକ୍ଷରୁ ଏକ ଟୁଇଟ୍ କରାଯାଇଛି। ଯେଉଁଥିରେ ଏହା ଲେଖା ଅଛି- ‘ଯେଉଁ ସମୟକୁ ଆପଣ ସମସ୍ତେ ଅପେକ୍ଷା କରିଥିଲେ । ସୁପରଷ୍ଟାର ଅମୀର ଖାନ, ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ବିପକ୍ଷରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବେ! ‘ ଏହା ପୂର୍ବରୁ ମଧ୍ୟ ଅମୀର ଖାନ ବିଶ୍ୱନାଥନ ଆନନ୍ଦଙ୍କ ସହ ଚେସ୍ ଖେଳୁଥିବା ଦେଖିବାକୁ ମିଳିସାରିଛି। ଏହି ମ୍ୟାଚ୍‌ରେ ସେ ବିଶ୍ୱନାଥନଙ୍କ ସହ ଭଲ ଲଢେଇ କରିଥିଲେ। ଏହି କାରଣରୁ ବିଶ୍ୱନାଥନ ମଧ୍ୟ ଖୁବ ଇମ୍ପ୍ରେସ୍ ହୋଇଥିଲେ।

ଏଥି ସହିତ, ଯେତେବେଳେ ଚେସ୍ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ତାଙ୍କ ବାୟୋପିକ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଖୋଲାଖୋଲି ଭାବରେ କହିଥିଲେ, ଯଦି ତାଙ୍କ ଉପରେ ବାୟୋପିକ ତିଆରି ହୁଏ ତେବେ ବଲିଉଡ ସୁପରଷ୍ଟାର ଅମୀର ଖାନ ତାଙ୍କ ଭୂମିକାରେ ଅଭିନୟ କରନ୍ତୁ। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ଆଲୋଚନା ହୋଇନାହିଁ । କିନ୍ତୁ, ବିଶ୍ୱ ଚାମ୍ପିଅନ୍ ତାଙ୍କ ବାୟୋପିକରେ ଏହି ଷ୍ଟାରଙ୍କୁ ପସନ୍ଦ କରୁଥିବା ପ୍ରକାଶ କରିଛନ୍ତି | କାରଣ, ଅମୀର ଖାନ ଜଣେ ଭଲ ଚେସ୍ ଖେଳାଳି ଏବଂ ଆଗରୁ ଅଭିନେତା ତାଙ୍କ ସହ ଚେସ୍ ମଧ୍ୟ ଖେଳି ସାରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ