ମନୋରଞ୍ଜନ

ବଲିଉଡରେ ୨୧ ବର୍ଷ ପୂରଣ କଲେ କରୀନା କପୁର, ସ୍ୱତନ୍ତ୍ର ଭିଡିଓ ସେୟାର କରି କହିଲେ-ମୁଁ ପ୍ରସ୍ତୁତ ଅଛି

ମୁମ୍ବାଇ ୦୧/୦୭: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ଏକ ଖାସ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ପ୍ରଥମ ଫିଲ୍ମ ‘ରିଫ୍ୟୁଜି’ର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ତାଙ୍କର ଦୁଇ ଦଶନ୍ଧିର ଯାତ୍ରା ବିଷୟରେ କହିଛନ୍ତି । ଏହି ଭିଡିଓରେ କରୀନା ଜେପି ଦତ୍ତା ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କରୀନା ଅଭିନେତା ଅଭିଷେକ ବଚ୍ଚନଙ୍କୁ ମଧ୍ୟ ତାଙ୍କ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି ।

କରୀନା ଏବଂ ଅଭିଷେକ ଫିଲ୍ମ ‘ରିଫ୍ୟୁଜି’ରୁ ଏକାଠି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ଜୁନ୍ ୩୦,୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଯେଉଁଥିରେ ଜେପି ଦତ୍ତା କପୁର ଏବଂ ବଚ୍ଚନ ପରିବାରର ଦୁଇ ଷ୍ଟାରକିଡଙ୍କୁ ଲଞ୍ଚ କରିଥିଲେ । ଏହି ଫିଲ୍ମରେ କରୀନା ଏବଂ ଅଭିଷେକଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା କିନ୍ତୁ ଫିଲ୍ମଟି କିଛି ବିଶେଷ ଖାସ କରି ପାରିନଥିଲା ।

ଏହି ଭିଡିଓ ସହିତ କରୀନା କ୍ୟାପ୍ସନରେ ଲେଖିଛନ୍ତି, ‘୨୧ ବର୍ଷ … କୃତଜ୍ଞ, ଖୁସି, ଭାଗ୍ୟଶାଳୀ, ଅନୁପ୍ରାଣିତ, ଉତ୍ସାହୀ … ଆହୁରି ୨୧ … ମୁଁ ପ୍ରସ୍ତୁତ ଅଛି । ଆପଣଙ୍କ ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ‘। ଏହି ପୋଷ୍ଟରେ ଅଭିଷେକ ବଚ୍ଚନଙ୍କୁ ଟ୍ୟାଗ୍ କରି କରୀନା #JPDutta #JPFilms ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ