ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବଡ଼ବିଲ/ଯୋଡ଼ା/ଗୁଆଲି : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦ୍ଦା ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଗ୍ରାମର ମିଲୁ ବାରିକଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିବା ସହ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଲୁଙ୍କ ବାପା ଲୋନି ବାରିକ ଏହିଭଳି ଅଭିଯୋଗ କରିଛନ୍ତି। ତେବେ, ଅଭିଯୋଗକୁ ଚମ୍ପୁଆ ଏସ୍ଡିପିଓ ରାମରାୟ ମୁର୍ମୁ ଖଣ୍ଡନ କରିଛନ୍ତି। ପୁଲିସ ଗୋଡ଼ାଇବା ସମୟରେ ଅଭିଯୁକ୍ତ ପଡ଼ିଯିବାରୁ ତା’ ର ମୃତ୍ୟୁ ଘଟିଥିବା ଶ୍ରୀ ମୁର୍ମୁ କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଲୁଙ୍କ ବାପା ଲୋନି ବାରିକ କରିଥିବା ଅଭିଯୋଗ କହିବା ଅନୁଯାୟୀ, ୧୫ ତାରିଖରେ ପୁଲିସ ପୁଅ ମିଲୁକୁ ଉଠାଇ ନେଇଥିଲା। ଏହାପରଠାରୁ ସେ ଆଉ ଘରକୁ ଫେରିନଥିଲା। ତାଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଆଜି ସକାଳେ ଜୁରୁଡ଼ିରେ ରହୁଥିବା ତାଙ୍କ ବଡ଼ଝିଅ ମିଲୁଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ଲୋନି କହିଛନ୍ତି। ଝିଅଠାରୁ ସୂଚନା ପାଇ ସେ ଯୋଡ଼ା ଟିସ୍କୋ ଡାକ୍ତରଖାନା ଯାଇଥିଲେ। ସେଠାରେ ପୁଅର ଶବ ଥିଲା। ପୁଲିସ ମିଲୁଙ୍କୁ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିବା ଲୋନି ଅଭିଯୋଗ କରିଛନ୍ତି। ଗୁଳି ତାଙ୍କ ଜଙ୍ଘରେ ବାଜିଥିବା ସେ କହିଛନ୍ତି। କେଉଁ ପରିସ୍ଥିତିରେ ପୁଅର ମୃତ୍ୟୁ ହେଲା ବୋଲି ପଚାରିବାରୁ ବଡ଼ବିଲରେ ତାଙ୍କ ମୃତଦେହ ପଡ଼ିଥିଲା ବୋଲି ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ କହିଥିଲେ ବୋଲି ଲୋନି ଗଣମାଧ୍ୟମ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ, ପୁଲିସ କହିଛି ଯେ ଗତ ୨୯ ତାରିଖ ସନ୍ଧ୍ୟା ୮ଟା ସମୟରେ ମିଲୁ ରୁଗୁଡ଼ି ଥାନା ଅନ୍ତର୍ଗତ ରୁଗୁଡ଼ି ଗ୍ରାମରେ ଲୁଚିଥିବା ନେଇ ପୁଲିସ ଖବର ପାଇଥିଲା। ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା। ପୁଲିସ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲା। ଦୌଡ଼ି ପଳାଇବା ସମୟରେ ତଳେ ପଡ଼ିଯିବାରୁ ଆହତ ହୋଇଥିଲା। ପୁଲିସ ତାଙ୍କୁ କାବୁ କରି ରୁଗୁଡ଼ି ଥାନାକୁ ନେଇଥିଲା। ବିଳମ୍ବିତ ରାତି ୧୧ଟା ବେଳେ ଅବସ୍ଥା ଗୁରୁତର ହେବାରୁ ଯୋଡ଼ା ଟିସ୍କୋ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଲିସ କହିଛି। ଏ ସମ୍ପର୍କରେ ଚମ୍ପୁଆ ଏସ୍ଡିପିଓ ରାମରାୟ ମୁର୍ମୁ କହିଛନ୍ତି ଯେ ପୁଲିସ ତାଙ୍କୁ ମାଡ଼ ମାରିନାହିଁ କି ଗୁଳି କରିନାହିଁ। ଏନ୍ଏଚ୍ଆର୍ସିଙ୍କ ଗାଇଡ୍ଲାଇନ୍ ଅନୁସାରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ଶବ ପଞ୍ଚନାମା କରାଯାଇଥିବା ସେ କହିଛନ୍ତି। ସେହିପରି ମାମଲାର ତଦନ୍ତକାରୀ ଅଧିକାରୀ ବଡ଼ବିଲ ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୨ ନଭେମ୍ବର ୨୮ ତାରିଖ ରାତିରେ ବଲାଣି ଥାନା ଅନ୍ତର୍ଗତ ଲସର୍ଦ୍ଦା ଗ୍ରାମର ଲକ୍ଷ୍ମୀଧର ଆପଟ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ଗତ ୧୫ ତାରିଖରେ ଜୁରୁଡ଼ି ଅଞ୍ଚଳରେ ରହୁଥିବା ମିଲୁ ବାରିକ (୪୦)ଙ୍କୁ ସନ୍ଦେହରେ ପୁଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା। ପରେ ପ୍ରମାଣ ଅଭାବରୁ ଛାଡ଼ି ଦେଇଥିଲା। ଅଧିକ ତଦନ୍ତ ପରେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l