ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷେ ହେଲା ପଡ଼ିରହିଛି ତୃତୀୟଲିଙ୍ଗୀ ନୀତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ୨୦୨୧ ମସିହାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ(ଏସ୍‌ଏସ୍‌ଇପିଡି) ବିଭାଗ ରାଜ୍ୟରେ ଥିବା ତୃତୀୟଲିଙ୍ଗୀ ପାଇଁ ଏକ ଚିଠା ନୀତି ପ୍ରସ୍ତୁତ କରିଥିଲେ। ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ବିଭିନ୍ନ ସଂସ୍ଥା, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ବିଶେଷଜ୍ଞମାନଙ୍କ ମତାମତକୁ ନେଇ ନେଇ ଏହି ନୀତି (ଷ୍ଟେଟ୍‌ ପଲିସି ଅଫ ଟ୍ରାନ୍ସଜେଣ୍ଡର ପର୍ସନ) ପ୍ରସ୍ତୁତ ହୋଇଥିଲା। ମାତ୍ର ଇତିମଧ୍ୟରେ ବର୍ଷେ ହେଲାଣି, ଅଥଚ ଏହି ନୀତି କ୍ୟାବିନେଟ୍‌କୁ ଆସିପାରୁନାହିଁ।

ନାସନାଲ ଲିଗାଲ ସର୍ଭିସ୍ ଅଥରିଟି ବନାମ ୟୁନିୟନ୍ ଅଫ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟ ତୃତୀୟଲିଙ୍ଗୀଙ୍କ ‌ପାଇଁ ଏକ ଗୁରତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଏଥିରେ ତୃତୀୟ ଲିଙ୍ଗୀ ମାନ୍ୟତା କଥା କୁହାଯାଇଥିଲା। ପରେ କେନ୍ଦ୍ର ସରକାର ୨୦୧୯ ମସିହାରେ ଟ୍ରାନ୍‌ସଜେଣ୍ଡର ପର୍ସନ(ଅଧିକାରର ସୁରକ୍ଷା)ଆଇନ ଆଣିଥିଲେ। ଏହି ଆଧାରରେ ଏସ୍‌ଏସ୍‌ଇପିଡି ପକ୍ଷରୁ ରାଜ୍ୟରେ ଚିଠା ନୀତି ପ୍ରସ୍ତୁତ କରାଯାଇ ମତାମତ ଲୋଡ଼ା ଯାଇଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା, ତୃତୀୟଲିଙ୍ଗୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା। ତେବେ ରାଜ୍ୟରେ ତୃତୀୟଲିଙ୍ଗୀଙ୍କ ସଂଖ୍ୟା କେତେ ଏହାର ନିର୍ଦ୍ଦିଷ୍ଟ ତଥ୍ୟ ଏଯାଏ ସରକାର ପ୍ରକାଶ କରିନାହାନ୍ତି।

ଜାତୀୟ ପୋର୍ଟାଲରେ ତୃତୀୟଲିଙ୍ଗୀଙ୍କ ପଞ୍ଜୀକରଣରେ ଓଡ଼ିଶା ଶୀର୍ଷରେ
ନିର୍ବାଚନ ପୂର୍ବରୁ ତୃତୀୟଲିଙ୍ଗୀ ନୀତି କାର୍ଯ୍ୟକାରୀ କରନ୍ତୁ ସରକାର

୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୦,୩୩୨ଜଣ ତୃତୀୟଲିଙ୍ଗୀ ରହିଥିବା କୁହାଯାଇଥିଲା। ମାତ୍ର ୧୨ବର୍ଷ ଭିତରେ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ‌କେନ୍ଦ୍ର ସରକାରଙ୍କ ତୃତୀୟଲିଙ୍ଗୀ ପାଇଁ ରହିଥିବା ଜାତୀୟ ପୋର୍ଟାଲରେ ରାଜ୍ୟରୁ ୨୧୦୦ଜଣ ନିଜର ପଞ୍ଜୀକରଣ କରିଛନ୍ତି। ଯାହାକି ଦେଶରେ ସର୍ବାଧିକ। ତେବେ ରାଜ୍ୟର ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଜିଲ୍ଲାରେ ପଞ୍ଜୀକରଣ ହାର ଅପେକ୍ଷାକୃତ କମ୍ ରହିଛି। ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ବିଭିନ୍ନ ସଂସ୍ଥାର ଦାବି ଅନୁସାରେ ରାଜ୍ୟରେ ତୃତୀୟଲିଙ୍ଗୀ ସଂଖ୍ୟା ପ୍ରକୃତରେ ୩୦ହଜାରରୁ ଅଧିକ ହେବ।

ଏସ୍‌ଏସ୍‌ଇପିଡି ବିଭାଗର ଅଧିକାରୀ କହିଛନ୍ତି, ନାଲ୍‌ସା ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରି‌ମକୋର୍ଟ ଦେଇଥିବା ରାୟରେ ତୃତୀୟଲିଙ୍ଗୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସମାନ ଜୀବନ ବଞ୍ଚିବା ଓ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଥିଲେ। ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିଠା ନୀତିରେ ତୃତୀୟଲିଙ୍ଗୀଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ୍‌, ଶିକ୍ଷା ପାଇଁ ଗ୍ରାଚ୍ୟୁଇଟି, ତାଲିମ୍, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ, ଜୀବନ ଜୀବିକା ପାଇଁ କିଛି ଯୋଜନା ପ୍ରଣୟନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରାୟ ବ‌ର୍ଷେ ତଳୁ ଏହି ଚିଠା ନୀତି ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ତୃତୀୟଲିଙ୍ଗୀଙ୍କ ସୁରକ୍ଷା ଯୋଜନାରେ ୧୪ଟି ଜିଲ୍ଲାରେ ସଂସ୍ଥା/ଏନ୍‌ଜିଓଙ୍କୁ ଟେଣ୍ଡର ଜରିଆରେ ଚୟନ କରାଯାଇଛି। ଖୁବଶୀଘ୍ର ବଳକା ୧୬ ଜିଲ୍ଲାରେ ସଂସ୍ଥା ଚୟନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି, ଏସ୍‌ଏସ୍‌ଇପିଡି ପକ୍ଷରୁ ଯେଉଁ ଚିଠା ପ୍ରସ୍ତାବ ଆସିଥିଲା ତହିଁରେ ମହାସଂଘ କେତେକ ପ୍ରସ୍ତାବ ଦେଇଥିଲା। ତୃତୀୟଲିଙ୍ଗୀଙ୍କୁ ନିଯୁକ୍ତି କ୍ଷେତ୍ରରେ ୪% ସଂରକ୍ଷଣ, ପଞ୍ଚାୟତ/ମ୍ୟୁନିସିପାଲଟି/ୱାର୍ଡ ମେମ୍ବର ନିର୍ବାଚନରେ ୫% ସ୍ଥାନ ସଂରକ୍ଷଣ, ବିଧାୟକ ୨%, ଏମ୍‌ପି(ରାଜ୍ୟସଭା, ଲୋକସଭା)ରେ ୧%, ଟ୍ରେନ୍‌, ବସ୍‌ରେ ତୃତୀୟଲିଙ୍ଗୀଙ୍କ ପାଇଁ ସିଟ୍ ସଂରକ୍ଷଣ ଲାଗି ମହାସଂଘ ଦାବି ରଖିଥିଲା। କେବଳ ସେତିକି ନୁହେଁ, ସ୍ବତନ୍ତ୍ର ଟଏଲେଟ୍‌, ତୃତୀୟଲିଙ୍ଗୀଙ୍କୁ ଭୂମିହୀନଭାବେ ଗ୍ରହଣ କରି ୫ଡିସିମିଲ୍ ଜାଗା ଭଳି ପ୍ରସ୍ତାବ ଦିଆଯାଇଥିଲା।

ଇତିମଧ୍ୟରେ ପୁଲିସ, ଜେଲ ୱାର୍ଡର ନିଯୁକ୍ତିରେ ତୃତୀୟଲିଙ୍ଗୀଙ୍କ ପାଇଁ ସିଟ୍‌ ସଂରକ୍ଷଣ ସଂପର୍କିତ ବିଜ୍ଞାପନ ପ୍ରକାଶ ପାଇଥିଲା। ମାତ୍ର ନିଯୁକ୍ତି ପୂର୍ବରୁ ବିଜ୍ଞାପନକୁ ଏହାକୁ ହଟାଇ ଦିଆଯାଇଥିଲା। ତେଣୁ ମହାସଂଘ ପକ୍ଷରୁ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରନ୍ତୁ। ନଚେତ୍ ତୃତୀୟଲିଙ୍ଗୀମାନେ ରାଜରାସ୍ତାକୁ ଓହ୍ଲାଇବେ କିମ୍ବା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।