କଳା ଓ ସଂସ୍କୃତି ଧର୍ମ

ବର୍ଷର ୩ଟି ସବୁଠୁ ଅଧିକ ଶୁଭ ତିଥି ମଧ୍ୟରୁ ଗୋଟେ ହେଉଛି ଦଶହରା, ରାବଣ ପୋଡି ପାଉଁଶ କାହିଁକି ଘରକୁ ଅଣାଯାଏ ଜାଣନ୍ତୁ…

ହିନ୍ଦୁ ଧର୍ମରେ ଦଶହରାର ବିଶେଷ ମହତ୍ବ ରହିଛି। ଏହି ପର୍ବକୁ ସମଗ୍ର ଦେଶରେ ବେଶ ଧୁମଧାମରେ ପାଳନ କରାଯାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥିଲା। ଏହି ପବିତ୍ର ଦିନକୁ ବିଜୟଦଶମୀ ନାଁରେ ମଧ୍ୟ ଜଣାଯାଏ। ନବରାତ୍ରିର ୯ ଦିନ ପରେ ଦଶହରା ପାଳନ ହୋଇଥାଏ। ଦଶହରା ଏକ ପ୍ରମୁଖ ପର୍ବ। ଧର୍ମଗ୍ରନ୍ଥ ଅନୁସାରେ ଆଶ୍ବୀନ ମାସର ଶୁକ୍ଳପକ୍ଷର ଦଶମୀ ଦିନକୁ ୨ଟି ଅଲଗା ଅଲଗା ଘଟଣା ପାଇଁ ପାଳନ କରାଯାଏ। ପ୍ରଥମ ହେଉଛି ମହିଷାସୁର ବଦ୍ଧ ପାଇଁ ଓ ଦ୍ବିତୀୟ ହେଉଛି ରାବଣଙ୍କୁ ବିନାଶ କରିବା ରାମଙ୍କ ବିଜୟ ପାଇଁ ଦଶହରା ପାଳନ କରାଯାଏ।
ତିନୋଟି ସବୁଠୁ ଅଧିକ ଶୁଭ ତିଥି ମଧ୍ୟରୁ ଗୋଟେ ହେଉଛି ଦଶହରା। ଅନ୍ୟ ୨ଟି ଶୁଭ ତିଥି ହେଉଛି ଚୈତ୍ର ଶୁକ୍ଳ ପକ୍ଷର ପ୍ରତିପଦା ଓ କାର୍ତ୍ତିକ ଶୁକ୍ଳ ପକ୍ଷର ପ୍ରତିପଦା। ବିଜୟଦଶମୀ ତଥା ଦଶହରା ଦିନରେ ଦେଶର ଅଲଗା ଅଲଗା ସ୍ଥାନରେ ଭିନ୍ନ ଭିନ୍ନ ଭାବେ ରାବଣ ପୋଡି ପାଳନ କରାଯାଏ। ଏହି ଦିନରେ ରାବଣ ପୋଡିକୁ ଅଧର୍ମ ବିନାଶର ପ୍ରତୀକଭାବେ ଗ୍ରହଣ କରାଯାଇଥାଏ। କାରଣ ଶ୍ରୀରାମ ଏହି ଦିନ ରାବଣଙ୍କ ବଦ୍ଧ କରିଥିଲେ।
ଏହି ଖୁସିରେ ବିଜୟଦଶମୀ ଅର୍ଥାତ ଦଶହରା ପର୍ବ ପାଳନ ହୁଏ। ରାବଣଙ୍କ ବଧ କରି ଓ ଲଙ୍କା ବିଜୟର ପ୍ରମାଣ ସ୍ବରୂପ ଶ୍ରୀରାମ ସେନା ଲଙ୍କାର ପାଉଁଶ ନିଜ ସହ ଆଣିଥିଲେ। ଏଥିପାଇଁ ରାବଣ ପୋଡିରେ ଘରକୁ ପାଉଁଶ ଆଣିବା ପରମ୍ପରା ରହିଆସିଛି। ଏହା ବ୍ୟତୀତ ରାବଣଙ୍କ ଭାଇ ଧନାଧିପତି କୁବେରଙ୍କ ଦ୍ବାରା ଗଢାଯାଇଥିବା ସ୍ବର୍ଣ୍ଣଲଙ୍କାର ପାଉଁଶ ଆଣି ଘରେ ରଖିଲେ କୁବେରଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହ ଘରେ ସୁଖ ସମୃଦ୍ଧି ଆସିଥାଏ। ଏଥିପାଇଁ ଆଜିଯାଏଁ ରାବଣ ପୋଡିର ପରମ୍ପରା ପାଳନ ହେଉଛି। ଏହି ପାଉଁଶ ଘରକୁ ଆଣିବା ଶୁଭ ବୋଲି କୁହାଯାଏ କାରଣ ଏହା ଥିଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ