ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସ୍ଥିତିରେ ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହେବା ଅନୁଚିତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ତ୍ତମାନ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ରହୁଥିଲା। ଆମକୁ ସ୍ୱତନ୍ତ୍ର ସତର୍କତା ନେବାର ଅଛି। ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହା କହିଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ, ଆଇସିୟୁ ବେଡ, ଏଚଡିୟୁ ବେଡ, ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ ଏବଂ ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ହୋଇଛି। କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ ସରଂକ୍ଷଣ କରାଯାଇଛି। ଏଣୁ ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ। ସରକାର ଏହାକୁ ପ୍ରତିଦିନ ମନିଟରିଂ କରୁଛନ୍ତି ଏବଂ ଯାହା ପଦକ୍ଷେପ ନେବା କଥା ନିଆଯାଉଛି।

ଏବେ ପ୍ରକାଶ ହେଉଥିବା ମୃତ୍ୟୁ ଗତକାଲିର ମୃତ୍ୟୁ ନୁହେଁ । ଯାହା ଅଡିଟ ହେଉଛି, ତାହାକୁ ଦେଖାଯାଉଛି। ଅଡିଟ ସରିବା ପରେ ସବୁ ମୃତ୍ୟୁର ତଥ୍ୟ ସାର୍ବଜନୀନ କରାଯିବ। ଖୁବ୍ ଶୀଘ୍ର ପୂର୍ବର ମୃତ୍ୟୁର ଅଡିଟ ସରିଯିବ। ବର୍ତ୍ତମାନ ସମୟରେ ଖୁବ କମ କରୋନା ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ୁଛନ୍ତି।

ଅପରପକ୍ଷରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ ବ୍ୟବସ୍ଥା କରାଯାଇଛି। ତାଛଡ଼ା ଆହୁରି ବେଡ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି। ଯଦି ଆବଶ୍ୟକ ହୁଏ, ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ