ଦେଶ ବିଦେଶ ରାଜନୀତି

ବରୁଣ ଗାନ୍ଧି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବେ କି?

ନୂଆଦିଲ୍ଲୀ : ବିଜେପି ଏମ୍‌ପି ବରୁଣ ଗାନ୍ଧି ଆଜିକାଲି ନିଜ ଦଳ ବିଜେପିର ନୀତି ଓ କାର୍ଯ୍ୟଶୈଳୀ ଉପରେ କଟୁ ସମାଲୋଚନା କରିବା ଦେଖିବାକୁ ମିଳୁଛି। ଏହା ଦେଖି ରାଜନୀତି ବିଶାରଦମାନଙ୍କ ମନରେ ପ୍ରଶ୍ନ ଉଠୁଛି, ବରୁଣ ଆଉ ବିଜେପିକୁ ଛାଡ଼ପତ୍ର ଦେଇ କଂଗ୍ରେସକୁ ବରଣ କରିବାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତ?

ପ୍ରାୟ ୨ ବର୍ଷରୁ ଅଧିକ କାଳ ହେଲା ବରୁଣ ଗାନ୍ଧି ପତ୍ରପତ୍ରିକାରେ ବିଜେପି ବିରୋଧରେ ଲେଖାମାନ ପ୍ରକାଶ କରୁଛନ୍ତି। ଗତମାସରେ ଏକ ସାଧାରଣସଭାରେ ତାଙ୍କ ବିଜେପି-ବିରୋଧୀ ଭାଷଣ ଶୁଣି ସାଧାରଣ ଲୋକେ ଓ ରାଜନୀତି ବିଶାରଦମାନେ ଚକିତ ହୋଇପଡ଼ିଛନ୍ତି।

ଏହି ସଭାରେ ବରୁଣ କହିଥିଲେ- ମୁଁ ନେହରୁଜୀଙ୍କ ବିରୋଧୀ ନୁହେଁ କିମ୍ବା କଂଗ୍ରେସର ମଧ୍ୟ ବିରୋଧୀ ନୁହେଁ। ବିନା ଗୃହଯୁଦ୍ଧରେ ଲୋକେ କେମିତି ଭଲରେ ରହିବେ, ଶାନ୍ତିରେ ରହିବେ ତାହାହିଁ ଆମର ରାଜନୈତିକ ଲକ୍ଷ୍ୟ। ଆଜି ଯେଉଁମାନେ କେବଳ ଧର୍ମ ଓ ଜାତି ନାମରେ ଲୋକଙ୍କୁ ଭୋଟ ମାଗୁଛନ୍ତି, ସେମାନଙ୍କୁ ପଚାରିବା ଉଚିତ ସେମାନେ ବେ‌ରୋଜଗାରୀ, ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାଗୁଡ଼ିକର ନିରସନ ପାଇଁ କ’ଣ କରିଛନ୍ତି। ଲୋକଙ୍କୁ ଦଳିବା, ଦବେଇବା ପାଇଁ ଆମେ ରାଜନୀତି କରିବା ଉଚିତ ନୁହେଁ। ଆମେ ଏପରି ରାଜନୀତି କରିବା ଉଚିତ ଯାହା ଲୋକଙ୍କ ଅବସ୍ଥାରେ ଉନ୍ନତି ଆଣିବ। ତାଙ୍କ ନିର୍ବାଚନମଣ୍ଡଳୀ ପିଲିଭିତରେ ଏକ ବିଶାଳ ଜନସଭାରେ ବରୁଣ ଏପରି କହିବାର ଶୁଣାଯାଇଥିଲା। ତାଙ୍କର ତେରଛା ବାଣ ପରୋକ୍ଷରେ ବିଜେପି ପ୍ରତି ଉଦ୍ଦିଷ୍ଟ ଥିଲା। ବିଜେପି ଓ ସଂଘ ପରିବାରର ଚକ୍ଷୁଶୂଳ ନେହରୁ ଓ କ‌ଂଗ୍ରେସର ବିରୋଧୀ ନୁହଁ ବୋଲି କହି ବରୁଣ କଂଗ୍ରେସ ପ୍ରତି ଢଳୁଥିବାର ଇଙ୍ଗିତ ଦେଇଥିବା ପରି ମନେହୁଏ।

ତାଙ୍କ ମାଆ ମାନେକା ଗାନ୍ଧିଙ୍କୁ ମୋଦୀ ସରକାର କ୍ୟାବିନେଟ୍‌ ମନ୍ତ୍ରିପଦ ପ୍ରଦାନ ନ କରିବା ଦିନଠାରୁ ୨୦୧୯ ମସିହାରୁ ବରୁଣଙ୍କ ମୁହଁରୁ ବିଜେପି-ବିରୋଧୀ ଭାଷା ବାହାରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପ୍ରତି ବରୁଣଙ୍କ ଆଖି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କଲେ। ଏହାକୁ ନେଇ ମଧ୍ୟ ବରୁଣ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ତା’ ପରଠାରୁ ସେ ବେକାରି, ଗ୍ରାମୀଣ ଅର୍ଥନୀତି, ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷକଙ୍କ ସମସ୍ୟାକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର