ରାଜ୍ୟ

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି। କିଛିଦିନ ଧରି ଅସୁସ୍ଥ ଥିବା ବାସୁଦେବ ଗତକାଲି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସ୍ବର୍ଗତ ମହାପାତ୍ରଙ୍କ ପତ୍ନୀ ଓ ପୁଅ ଅଛନ୍ତି। ପତ୍ନୀ ସୁଜାତା ମହାପାତ୍ର ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ।

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ଛାତ୍ର ସ୍ବର୍ଗତ ମହାପାତ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇତିହାସରୁ ଏମ୍‌ଏ କରିଥିଲେ। ପିଲାବେଳୁ କଳା ଓ ସାହିତ୍ୟରେ ତାଙ୍କର ପ୍ରବଳ ରୁଚି ଥିଲା। ଏହା ତାଙ୍କୁ ସାମ୍ବାଦିକତା ବୃତ୍ତିକୁ ଟାଣି ଆଣିଥିଲା। ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝି ଲେଖନୀ ଚାଳନା କରିବା ଥିଲା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କର ଦକ୍ଷତା ଥିଲା। କେବଳ ଖବରକାଗଜ ନୁହେଁ ଟିଭି ସାମ୍ବାଦିକତାରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଏକ ‌ୱେବ ପୋର୍ଟାଲ ଚଳାଇବା ସହିତ ବିଭିନ୍ନ ଜାତୀୟ ଓ ସ୍ଥାନୀୟ ନ୍ୟୁଜ୍ ପ୍ଲାଟଫର୍ମ ସହିତ ଜଡ଼ିତ ରହି ଫ୍ରିଲାନ୍ସ ସାମ୍ବାଦିକତା ଜାରି ରଖିଥିଲେ। ତାଙ୍କର ଅକାଳ ବିୟୋଗ ଓଡ଼ିଆ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।