ରାଜ୍ୟ ସ୍ପେଶାଲ ରିପୋର୍ଟ

ବରିଷ୍ଠ ନାଗରିକଙ୍କୁ ଶୋଷୁଛି ରେଳବାଇ

ଭୁବନେଶ୍ବର : କରୋନା ଗଲାଣି। ସ୍ବାଭାବିକ ହେଲାଣି ରେଳ ସେବା। କରୋନା ସମୟରେ ବନ୍ଦ ରହିଥିବା ‌ଟ୍ରେନ୍‌ଗୁଡ଼ିକ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଥିବା ନେଇ ରେଳ ମନ୍ତ୍ରଣାଳୟ କହିଛି। ପୂର୍ବତଟ ରେଳପଥ ସହ ଦେଶର ସମସ୍ତ ରେଳପଥ ଉଭୟ ଯାତ୍ରୀ ଓ ମାଲବାହୀ ପରିବହନରେ ଏବେ ପ୍ରଚୁର ଲାଭ କରୁଛନ୍ତି। ମାତ୍ର ବରିଷ୍ଠ ନାଗରିକଙ୍କୁ ଏବେ ବି ରିହାତି ସୁବିଧାରୁ ବଞ୍ଚିତ କରାଯାଉଛି।ପାଖାପାଖି ୮ କୋଟିରୁ ଅଧିକ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ସେମାନେ ‌କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ବରିଷ୍ଠ ନାଗରିକ ନୁହଁନ୍ତି, ଅନ୍ୟାନ୍ୟ କିଛି ବର୍ଗ ମଧ୍ୟ ରିହାତି ସୁବିଧା ଯୋଗାଇ ଦିଆଯାଉ ନଥିବା ଜଣାପଡ଼ିଛି। ରୋଗୀ ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ରିହାତି ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରାଯାଇଥିଲେ ମଧ୍ୟ ବୟସ୍କଙ୍କ ପ୍ରତି କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ ଉଠିଛି।

ବରିଷ୍ଠ ନାଗରିକଙ୍କୁ ଟ୍ରେନ୍‌ ଯାତ୍ରାରେ ଦିଆଯାଉଥିବା ରିହାତି ପୁନର୍ବାର ଲାଗୁ କରିବାକୁ ସଂସଦୀୟ କମିଟି ମଧ୍ୟ ସୁପାରିସ କରିଛନ୍ତି। କରୋନା ପୂର୍ବରୁ ଟ୍ରେନ୍‌ ଯାତ୍ରା କରୁଥିବା ୬୦ ବର୍ଷରୁ ଅଧିକ ବୟସର ପୁରୁଷ ଓ କିନ୍ନରମାନଙ୍କୁ ୪୦% ଏବଂ ମହିଳାମାନଙ୍କୁ ୫୦% ରିହାତି ଦିଆଯାଉଥିଲା।

ଗତବର୍ଷ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ଦାୟର ହୋଇଥିଲା। ଗତ ଏପ୍ରିଲ ମାସରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଉକ୍ତ ମାମଲାକୁ ଖାରଜ କରି ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ ସମ୍ବିଧାନର ଧାରା ୩୨ ଅଧୀନରେ ଏହି ପ୍ରସଙ୍ଗରେ ରିଟ୍‌ ଜାରି କରିବା କୋର୍ଟଙ୍କୁ ଯୁକ୍ତିଯୁକ୍ତ ମନେ ହେଉନାହିଁ। ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ଓ ଏହି ନିଷ୍ପତ୍ତିର ଆର୍ଥିକ ପ୍ରଭାବ ବିଚାରକୁ ନେଇ କେନ୍ଦ୍ର ସରକାର ଯାହା କିଛି ପଦକ୍ଷେପ ଗ୍ରହଣ କରିପାରିବେ। ତା’ସତ୍ତ୍ବେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଉ ନ ଥିବାରୁ ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।