ଅପରାଧ ରାଜ୍ୟ

ବରଯାତ୍ରୀ ଭୋଜିରେ ବନ୍ଧୁକଧାରୀଙ୍କ ଆତଙ୍କ, ଜେଲ୍‌ ଗଲା କୁଖ୍ୟାତ ଚନ୍ଦନ

ବାଲିପାଟଣା: ଗତକାଲି ସ୍ଥାନୀୟ ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିର ପରିସରରେ ଚାଲିଥିବା ବିବାହ ଉତ୍ସବରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିବା କୁଖ୍ୟାତ୍ ଚନ୍ଦନ ଆଚାର୍ଯ୍ୟ ଓ ତା’ ସହଯୋଗୀ ସଞ୍ଜୟ ସାହୁକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଚନ୍ଦନର ଅନ୍ୟତମ ନାବାଳକ ସହଯୋଗୀ ଫେରାର୍ ହୋଇଯାଇଛି।

ସୂଚନାଯୋଗ୍ୟ, ଗତକାଲି ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିରରେ ଏକ ବିବାହ ଉତ୍ସବ ଚାଲିଥିଲା। ପ୍ରଧାନପାଟଣା ଗାଁର ବର ଓ ବରଯାତ୍ରୀ ଶୋଭାଯାତ୍ରା କରି ମନ୍ଦିରକୁ ଆସିଥିଲେ। ବରଯାତ୍ରୀମାନେ ଭୋଜି ଖାଉଥିବା ବେଳେ ହଠାତ୍ ବରଯାତ୍ରୀରେ ସାମିଲ୍‌ ଥିବା ଚନ୍ଦନ, ସଞ୍ଜୟ ଓ ଫେରାର୍‌ ନାବାଳକ ବନ୍ଧୁକ, ଷ୍ଟିଲ୍‌ ରଡ୍‌ ଧରି ଭୋଜି ଭିତରେ ଗଣ୍ଡ‌ଗୋଳ କରିଥିଲେ। ବରଯାତ୍ରୀର ଏକ ଗୋଷ୍ଠୀକୁ ଆକ୍ରମଣ କରିଥିଲେ। ତେବେ ବରଯାତ୍ରୀ ଦଳ ସେମାନଙ୍କୁ ପାଲଟା ଆକ୍ରମଣ କରିବାରୁ ସେମାନେ ଦୌଡ଼ି ପଳାଇବାକୁ ବସିଥିଲେ। ମାତ୍ର ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରି ବାଲିପାଟଣା ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କଠାରୁ ଚାରି ଗୁଳି ଭର୍ତ୍ତି ଥିବା ବନ୍ଧୁକ ଜବତ କରିଥିଲା। ଚନ୍ଦନ ନାଁରେ ପୂର୍ବରୁ ବ୍ୟାଙ୍କ ଡକାୟତି ଭଳି ସଂଗିନ୍‌ ଅଭିଯୋଗ ରହିଛି। ସେ ପୂର୍ବରୁ ଜେଲ୍‌ ଯାଇଥିବା ବେଳେ ଜାମିନ୍‌ରେ ଆସି ଏଭଳି କାଣ୍ଡ ଘଟାଉଛି ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।