ଅପରାଧ ରାଜ୍ୟ

ବରଯାତ୍ରୀରେ ନାଚିବାକୁ ମନା କରିବାରୁ ଝିଅର ମାଆକୁ ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

ବରଗଡ, ୧୩/୦୫: ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସଙ୍କୁ ଗାଁର ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁମନ୍ତ ନାଏକ, ସୁବୋଧ ରାଜହଂସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଯଦୁମଣୀଙ୍କ ଝିଅ ରଶ୍ମି ରାଜହଂସଙ୍କ ବିବାହ ପାଇଁ ଘେସ ନିକଟସ୍ଥ ବଡ଼ମାଲରୁ ପୁଅ ପକ୍ଷ ବରଯାତ୍ରୀ ଆସିଥିଲେ ।

ବରଯାତ୍ରୀଙ୍କ ସହ ନାଚିବାପାଇଁ ବାରଣ କରିବାରୁ ବରଯାତ୍ରୀଙ୍କ ସହ ସେହି ଗାଁର ସୁମନ୍ତ ଏବଂ ସୁବୋଧ ଗଣ୍ଡଗୋଳ କରିଥିଲେ । ପରେ ବିବାହ ହେଉଥିବା ଝିଅର ମା କିଶୋରୀ ବାରଣ କରିବାରୁ ଉଭୟେ ନିଜ ଘରକୁ ଦଉଡି ଯାଇ ଧାରୁଆ ଅସ୍ତ୍ର ଆଣି କିଶୋରୀଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କିଶୋରୀ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମେଲଛା ମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀ ଉଭୟେ ଫେରାର ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।