ଅପରାଧ ରାଜ୍ୟ

ବରମୁଣ୍ଡା ବସଷ୍ଟାଣ୍ଡରେ ହଣାକଟା, ଲହୁଲୁହାଣ ୨ କର୍ମଚାରୀ

ଭୁବନେଶ୍ବର ୧୯।୦୬: ରାଜଧାନୀରେ ହଣାକଟା । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଗୋଡେଇ ଗୋଡେଇ ହାଣିଲେ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଆଉ ପରେ ହଣାକଟା ପର୍ଯ୍ୟନ୍ତ କଥାଗଲା । ଅନ୍ୟବସର କର୍ମଚାରୀ ମାନେ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା ମିଳିଛି । ଏହି ହଣାକଟାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।