ରାଜ୍ୟ ସ୍ପେଶାଲ ରିପୋର୍ଟ

ବରଗାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମାଡ଼ିଗଲା ଟ୍ରକ୍, ବସ୍ ଚାଳକଙ୍କ ସମେତ ଚାଲିଗଲା ୩ଜଣଙ୍କ ଜୀବନ

ରେଢ଼ାଖୋଲ/ କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଧକ୍କାରେ ବସ୍ ଚାଳକଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ରେଢ଼ାଖୋଲ ଓ କିଶୋର ନଗର ମଝିରେ ଥିବା ବରଗାପାଲିରେ ନିକଟରେ ବସର ଚକା ପଙ୍କଚର ହୋଇଯାଇଥିଲା। ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ। ତେଣେ ଗାଡ଼ିର ମରାମତି କାମ ଚାଲିଥିଲା।

ଏହି ସମୟରେ କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି କେତେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ଯାତ୍ରୀଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ମୃତକ ହେଲେ ଘନଶ୍ୟାମ ବାରିକ (ବ୍ରଜରାଜନଗର), ଆନନ୍ଦ ପ୍ରଧାନ (ସୁନ୍ଦରଗଡ଼) ଏବଂ ନୟନ କୁମାର ନାଏକ (ଲାଇକେରା, ଝାରସୁଗୁଡ଼ା)। ଦୁଇ ମୃତକଙ୍କ ଶବ ରେଢ଼ାଖୋଲ ଡାକ୍ତରଖାନାରେ ଥିବା ବେଳେ କିଶୋରନଗରରେ ଜଣେ ମୃତକ ମୃତଦେହ ଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ଏଣେ ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।