ରାଜ୍ୟ

ବରଗଡ଼ ଜିଲ୍ଲା ବିଜେଡି ରାଜନୀତି: ପୁରୁଣାଙ୍କୁ ଦୋହରାଇପାରେ ବିଜେଡି

ବରଗଡ଼: ବରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ତାର ପୁରୁଣାମୁହଁକୁ ପ୍ରାଧାନ୍ୟ ଦେବ ନା ନୂଆ ଚେହେରା ସାମ୍‌ନାକୁ ଆଣିବ? ଦଳରେ ଏକାଧିକ ଆଶାୟୀ ରହିଥିବା ଭିତରେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ରାଜ୍ୟରେ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭିତରେ ରହିଛି ବରଗଡ଼ ଜିଲ୍ଲାର ପଦ୍ମପୁର। ଏଠାରୁ ସ୍ୱର୍ଗତ ବିଜୟ ରଂଜନ ସିଂ ବରିହା ଜନତା ଦଳରୁ ପ୍ରଥମେ ବିଧାୟକ ହୋଇଥିଲେ। ପରେ ବିଜେଡିରୁ ଏକାଧିକଥର ବିଧାୟକ ରହିଥିଲେ। ମନ୍ତ୍ରିମଣ୍ଡଳରେ ମଧ୍ୟ ରହିଥିଲେ। ଯଦିଓ ୨୦୦୪ରେ କଂଗ୍ରେସର ସତ୍ୟଭୂଷଣ ସାହୁ ଏବଂ ୨୦୧୪ରେ ବିଜେପିର ପ୍ରଦୀପ ପୁରୋହିତ ବିଧାୟକ ହୋଇଥିଲେ, ତଥାପି ସ୍ବର୍ଗତ ବିଜୟ ରଂଜନଙ୍କ ପ୍ରଭାବ ବଳବତ୍ତର ରହିଥିଲା । ୨୦୧୯ ନିର୍ବାଚନରେ ବିଜୟ ସିଂ ବରିହା ବାଜିମାତ କରି ପୁଣି ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁପରେ ୨୦୨୨ ଉପନିର୍ବାଚନରେ ଝିଅ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇ ବିଧାୟିକା ଅଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ହୋଇଥିବା ନିର୍ବାଚନମଣ୍ଡଳୀ ଭିତରୁ ଅନ୍ୟତମ ହେଉଛି ବିଜେପୁର। ଏଠାରୁ ବର୍ତ୍ତମାନ ରୀତା ସାହୁ ବିଧାୟିକା ହୋଇ ମନ୍ତ୍ରୀ ପଦରେ ଅବସ୍ଥାପିତ।

ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ଏବେ ବିଜେଡିଗଡ଼ ହୋଇଛି। ଏକାଧିକଥର ବିଜୟ ଲାଭ କରିଥିବା ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ଗଡ଼ ନିର୍ବାଚନମଣ୍ଡଳୀ ହେଉଛି ଭଟଲି । ଭଟଲି ବିଧାୟକ ଶ୍ରୀ ସିଂ ବିଜେଡିର ସାଂଗଠନିକ ଦାୟିତ୍ୱ ବି ସମ୍ଭାଳିବାରେ ଧୁରନ୍ଦର। ମନ୍ତ୍ରିମଣ୍ଡଳରେ ରହି ସେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ। ସେହିପରି, ବରଗଡ଼ ନିର୍ବାଚନମଣ୍ଡଳୀରେ ଲଗାତାର ବିଧାୟକ ରହିଛନ୍ତି ଦେବେଶ ଆଚାର୍ଯ୍ୟ। ଅତାବିରା ନିର୍ବାଚନମଣ୍ଡଳୀରୁ ମଧ୍ୟ ଲଗାତାର ଦୁଇଥର ବାଜିମାତ କରିଥିବେ ସ୍ନେହାଙ୍ଗିନୀ ଛୁରିଆଙ୍କ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏସବୁ ଭିତରେ ବରଗଡ଼ ଜିଲ୍ଲାର ୫ଟି ଯାକ ନିର୍ବାଚନମଣ୍ଡଳୀରେ ଏବେ ଟିକଟ ଆଶାୟୀଙ୍କ ଲମ୍ବା ତାଲିକା। ଟିକଟ ଆଶାରେ ଗାଁକୁ ଗାଁ ବି ବୁଲୁଛନ୍ତି ନେତା। ଏଣୁ ଦଳର ସୁପ୍ରିମୋ ୨୦୨୪ ନିର୍ବାଚନରେ ନିଜ ପୁରୁଣା ନେତାଙ୍କୁ ଭରସା କରିବେ ନା ଟିକଟ ଲବିରେ ଥିବା ନୂତନ ନେତାଙ୍କୁ ଭରସା କରିବେ ତାହା ସମୟ କହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।