ରାଜନୀତି ରାଜ୍ୟ

ବରଗଡ଼: କିଏ ହେବେ ବିଜେଡି ଜିଲ୍ଲା ସଭାପତି?

ବରଗଡ଼ : ପଦ୍ମପୁର ଉପନିର୍ବାଚନରେ ବିଜେଡି ଜିତାପଟ ପରେ ଏବେ କିଏ ଦଳର ବରଗଡ଼ ଜିଲ୍ଲା ସଭାପତି ହେବେ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ସଭାପତି ପଦ ଖାଲିପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସ୍ବର୍ଗତ ବରିହା ଲଗାତାର ଦୁଇପାଳି ଧରି ଏହି ଦାୟିତ୍ବରେ ଥିଲେ। କିନ୍ତୁ, ସ୍ବାସ୍ଥ୍ୟଗତ କାରଣରୁ ସେ ସେତେଟା ସକ୍ରିୟ ନଥିଲେ। ଯାହାଫଳରେ, ପଦ୍ମପୁର ନିକଟସ୍ଥ ବିଜେପୁର ନିର୍ବାଚନମଣ୍ଡଳୀରେ ଦଳ ଭିତରେ ଥିବା ଫାଟ କ୍ରମଶଃ ଦେଖିବାକୁ ମିଳିଥିଲା। ନିକଟ ଅତୀତରେ ବିଜେପୁର ଏବଂ ଗାଇସିଲାଟ୍‌ରେ ଦଳ ଦୁଇଫାଳିଆ ହୋଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ମନ୍ତ୍ରୀ ରୀତା ସାହୁଙ୍କ ବିରୋଧରେ ଦଳର ଗୋ‌ଷ୍ଠୀ ପଦଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ। ଦଳର ହେଭିୱେଟ୍‌ ସୁଶାନ୍ତ ସିଂହଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ଦେଇ ରୀତାଙ୍କୁ ସାମିଲ୍‌ କରାଯିବା ପ‌ରେ ବିଜେପୁର ନିର୍ବାଚନମଣ୍ଡଳୀରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି।

ମନ୍ତ୍ରୀ ପଦରେ ଥିବାରୁ ରୀତା ସାହୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେବାର ସମ୍ଭାବନା କ୍ଷୀଣ। ସେହିଭଳି, ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟ ମହିଳା ସଭାନେତ୍ରୀ ଥିବାରୁ ତାଙ୍କୁ ମଧ୍ୟ ଏହି ଦାୟିତ୍ବ ଦେବାପାଇଁ ଦଳ ଚାହିଁବ ନାହିଁ। ତେବେ, ଏହି ପଦ ନିମନ୍ତେ ଅନେକ ଆଶାୟୀ ଥିବା କୁହାଯାଉଛି। ବିଧାୟକ ଦେବେଶ ଆଚାର୍ଯ୍ୟ କିମ୍ବା ସୁଶାନ୍ତ ସିଂଙ୍କ ମଧ୍ୟରୁ ଜଣକୁ ନେତୃତ୍ବ ଦେବା କଥା ଚିନ୍ତା କରିପାରେ। ପ୍ରକୃତପ‌କ୍ଷେ କିଏ ଏହି ପଦ ମଣ୍ଡନ କରିବେ, ନିକଟ ଭବିଷ୍ୟତରେ ସ୍ପଷ୍ଟ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର