ପାଟଣା ୧୩।୦୬ : ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଷୁଳି ପଞ୍ଚାୟତ ଭୁଲୁଦା ଗାଁର ଭାଲୁପାହାଡିସାହିରୁ ଠାବ ହୋଇଛି ମୃତଦେହ । ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ତେବେ ମୃତକ ଦୁର୍ଯୋଧନ ନାଏକ ନିଜ ବାଡି ପଛ ପଟେ ଥିବା ଏକ ବିରାଟ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସଂପର୍କରେ ସୂଚନା ପାଇ ତୁରୁମୁଙ୍ଗା ଥାନା ପହଞ୍ଚି ତଦନ୍ତ ଜାରି ରଖିଛି ।