ଅପରାଧ ଦେଶ ବିଦେଶ

ବନ୍ଧୁକ ଧରି ବ୍ୟାଙ୍କରେ ପହଞ୍ଚିଲେ ସନ୍ନ୍ୟାସୀ, କହିଲେ ‘ଲୋନ୍ ଦିଅ ନହେଲେ ସବୁ ଟଙ୍କା ଲୁଟିନେବି’

ନୂଆଦିଲ୍ଲୀ ୨୨/୦୯ : ସନ୍ନ୍ୟାସୀଙ୍କ ଅଜବ କାରନାମା। ବନ୍ଧୁକ ଧରି ପହଞ୍ଚିଲେ ବ୍ୟାଙ୍କରେ। ଆଉ ଦେଲେ ଲୁଟର ଧମକ। ତେବେ ତାଙ୍କ ଧମକର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟାଙ୍କ୍ ତାଙ୍କୁ ଲୋନ୍ ଦେବାକୁ ମନା କରିବାରୁ ସେ କରିଛନ୍ତି ଏମିତି କିଛି। ଏ ଘଟଣା ଘଠିଛି ତାମିଲନାଡୁର ଥିରୁଭାରୁର ।

ବ୍ୟାଙ୍କ୍ ଋଣ ଦେବାକୁ ମନା କରିବାରୁ ଲୁଟ୍ କରିବା ପାଇଁ ଧମକ ଦେଇଛନ୍ତି ସନ୍ନ୍ୟାସୀ। ସେ ଖାଲି ଧମକ ଦେଇ ନାହାନ୍ତି ତାଙ୍କର ପୂରା କାରନାମାର କରିଛନ୍ତି ଫେସବୁକ୍ ଲାଇଭ୍ । ସନ୍ନ୍ୟାସୀଙ୍କ ନାଁ ଥିରୁମଲାଇ ସାମୀ। ସେ ଥିରୁଭରୁର ଜିଲ୍ଲାର ମୁଲାନଗୁଡ଼ି ଗାଁର। ଝିଅର ଚୀନରେ ମେଡିକାଲ୍ ପଢ଼ୁଛନ୍ତି । ତାଙ୍କ ପାଠ ପଢ଼ା ପାଇଁ ଦରକାର ଥିଲା ଟଙ୍କା। ସେଥିପାଇଁ ଋଣରେ ଟଙ୍କା ଆଣିବାକୁ ଏକ ପ୍ରାଇଭେଟ ସେକ୍ଟର ବ୍ୟାଙ୍କକୁ ଯାଇଥିଲେ।

ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ଏହି ସମୟର ବ୍ୟାଙ୍କ ଅଧିକାରୀମାନେ ତାଙ୍କୁ ତାଙ୍କ ସମ୍ପତ୍ତିର ଡକ୍ୟୁମେଣ୍ଟ୍ ବନ୍ଧକ ରଖିବାକୁ କହିଥିଲେ। ଯେଉଁଥିରେ ରାଜି ହୋଇ ନଥିଲେ ସାମି। ସନ୍ନ୍ୟାସୀ ପ୍ରଶ୍ନ କରିଥିଲେ ଯେ, ସେ ତ ଟଙ୍କା ନେବେ ସୁଧ ସହ ଫେରାଇବେ। ସେ ସମ୍ପତ୍ତି ଡକ୍ୟୁମେଣ୍ଟ କାହିଁକି ଦେବେ। ଶେଷରେ ବ୍ୟାଙ୍କ ଅଧିକାରୀମାନେ ତାଙ୍କର ଋଣ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସାମି ଘରକୁ ଯାଇଥିଲେ, ତାଙ୍କ ରାଇଫଲ ଧରି ବ୍ୟାଙ୍କକୁ ଆସିଥିଲେ।

ବ୍ୟାଙ୍କରେ ବସି ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଇଥିଲେ। ତାଙ୍କର ସମସସ୍ତ କାରନାମର ହେଉଥିଲା ଫେସବୁକ୍ ଲାଇଭ୍। ଏହି ସମୟରେ ସେ କହିଥିଲେ ତାଙ୍କୁ ଯଦି ଋଣ ଦେବାକୁ ମନା କରିଦେବ ତାହେଲେ ସେ ବ୍ୟାଙ୍କରୁ ଟଙ୍କା ଲୁଟି ନେଇଯିବେ।

ସୂଚନାଅନୁସାରେ, ପୋଲିସ ବ୍ୟାଙ୍କରେ ପହଞ୍ଚି ସନ୍ନ୍ୟାସୀଙ୍କୁ ଧରି, ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ