ନୂଆଦିଲ୍ଲୀ ୧୬/୦୬: ଅଭିନେତା ଜିମି ଶେର୍ଗିଲ, ନମିତ ଦାସ ଏବଂ ମୋନିକା ପୱାରଙ୍କ ୱେବ୍ ସିରିଜ୍ ‘ଚୁନା’ ଉପରେ କରୋନା ଦାଉ ସାଧିଛି, ଯାହାର ସୂଚନା ପରେ ଶୁଟିଂ ବନ୍ଦ କରାଯାଇଛି । ୱେବ୍ ସିରିଜ୍ ‘ଚୁନା’ର ସୁଟିଂ ଲକ୍ଷ୍ନୌରେ ଚାଲିଥିଲା। ସୁଟିଂ ୟୁନିଟର ୯୨ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ତୁରନ୍ତ ସୁଟିଂ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି।
ସୁଟିଂ ୟୁନିଟର ୯୨ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ପରାମର୍ଶ ପରେ ସିଏମଓ ପୋଲିସ କମିଶନର ଡି.କେ ଠାକୁରଙ୍କୁ ଚିଠି ଲେଖି ତୁରନ୍ତ ସୁଟିଂ ବନ୍ଦ କରିବାକୁ ନିବେଦନ କରିଛନ୍ତି । ଏହି ୱେବ୍ ସିରିଜର ସୁଟିଂ ମାଲିହାବାଦର ମିର୍ଜାଗଞ୍ଜ ଅଞ୍ଚଳରେ ଚାଲିଥିଲା।
୪୧ ଜଣିଆ ଏକ ଟିମ୍ ହୋଟେଲ ଏସଆର୍ ଗ୍ରାଣ୍ଡ ଚାରବାଗରେ, ହୋଟେଲ ମିଲେନିୟମ ରେସିଡେନ୍ସି ମାଟିୟାରିରେ ୧୯ ଏବଂ ଗୋମତି ନଗରର ହୋଟେଲ ହିଲଟନରେ ୩୨ ଜଣ ଲୋକ ରହିଛନ୍ତି । ଚିଠି ଅନୁଯାୟୀ, ଏସଆର ଗ୍ରାଣ୍ଡରେ ରହିଥିବା ଟିମର ୫ ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହି ସୂଚନା ପରେ, ୱେବ୍ ସିରିଜର ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

