ଅପରାଧ ରାଜ୍ୟ

ବନ୍ଦ ଘରୁ ମିଳିଲା ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭବାନୀପାଟଣା ୨୭।୬: ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୁରୁଣାଗୁମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ଆରତୀ ଦଣ୍ଡସେନାଙ୍କ ମୃତଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡ଼ା ଘରେ ଝୁଲନ୍ତା ଅବସ୍ଥାରେରେ ଉଦ୍ଧାର କରାଯାଇଛି ।

ସୂଚନାଯୋଘ୍ୟ ଯେ, ରବିବାର ପୋଷ୍ଟ ଅଫିସ୍ ଛୁଟି ଥିବାରୁ ଆରତୀ ଘରେ ରହିଥିଲେ । ସେ ଦିନରେ ଗାଧୋଇବାକୁ ଯିବା ସହ ବାହାରେ ଡ୍ରେସ୍ ଶୁଖାଇଥିବା ଲୋକେ ଦେଖିଥିଲେ । ସନ୍ଧ୍ୟାରେ ବର୍ଷା ହେବାରୁ ତାଙ୍କ ଡ୍ରେସ୍ ଭିଜୁଥିବା ଦେଖି ଘର ପାଖର ଜଣେ ଝିଅ ତାଙ୍କ କବାଟ ବାଡେଇଥିଲେ । ସେ ନ ଶୁଣିବାରୁ ଝରକା ପଟେ ଯାଇ ଡାକିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ତାଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା ।

ସୋମବାର ସକାଳୁ ଆରତୀଙ୍କ ବାପା ଏବଂ ଭାଇ ପହଞ୍ଚିବା ପରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଛାନଭିନ ଜାରି ରଖିଛି ।

ଆରତୀ ୨୦୨୦ରେ ପୋଷ୍ଟମାଷ୍ଟର ଭାବେ ପୁରୁଣାଗୁମ୍ମାରେ ଯୋଗ ଦେଇଥିଲେ । ପଡୋଶୀଙ୍କ କହିବା ଅନୁସାରେ ସେ କାମକୁ ନେଇ ମାନସିକ ଚାପରେ ରହୁଥିଲେ । ପ୍ରାୟ ସମୟ ଚୁପଚାପ ରହୁଥିଲେ । ତାଙ୍କ ବାପା ତାଙ୍କ ସହ ରହୁଥିବା ବେଳେ ଗତ ବୁଧବାର ଦିନ ସେ ଘରକୁ ଯାଇଥିଲେ । ପୁରୁଣାଗୁମ୍ମାରେ ନେଟୱର୍କ ସମସ୍ୟା ଯୋଗୁଁ ସବୁଦିନ ଘରକୁ ଯୋଗାଯୋଗ କରିପାରୁ ନଥିଲେ । ଆରତୀ ଶେଷ ଥର ପାଇଁ ଶୁକ୍ରବାର ଦିନ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ସେ ମନଦୁଃଖରେ କଥା ହୋଇଥିଲେ ବୋଲି ତାଙ୍କ ମା’ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।