ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବନ୍ଦେ ଭାରତ ଏକ୍ସପ୍ରେସ୍‌ ୱାସ୍‌ରୁମ୍‌ରେ ପଶି କବାଟ ବନ୍ଦ  କରି ରହିଲେ କ୍ଷତାକ୍ତ ଯୁବକ; କବାଟ ଭାଙ୍ଗି ଉଦ୍ଧାର କଲା ପୁଲିସ

ପାଲକ୍କାଡ଼: ରବିବାର ଦିନ ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ର ୱାସ୍‌ରୁମ୍‌ରେ ହଠାତ୍‌ ଜଣେ କ୍ଷତାକ୍ତ ଯୁବକ ପଶିଯାଇ କବାଟ କୀଳି ଦେବାରୁ ସହଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ ବୋଲି ପୁଲିସ କହିଛି।

ସନ୍ଧ୍ୟା ପ୍ରାୟ ୫.୩୦ରେ ଟ୍ରେନ୍‌ ଶୋରାନୁର ଷ୍ଟେସନ୍‌ରେ ପହଞ୍ଚିବା ପରେ ଉକ୍ତ ଯୁବକଙ୍କୁ ୱାସ୍‌ରୁମ୍‌ ବା ଶୌଚାଳୟରୁ ବାହାର କରିବା ଲାଗି ‘ରେଲ୍‌ୱେ ପ୍ରୋଟେକ୍‌ସନ୍‌ ଫୋର୍ସ’କୁ (ଆର୍‌ପିଏଫ୍‌) ବୈଷୟିକ କର୍ମଚାରୀଙ୍କ ସହାୟତା ନେବାକୁ ପଡ଼ିଥିଲା।

ଶରଣ ନାମକ କାସରଗୋଡ଼ ଅନ୍ତର୍ଗତ ଉପ୍ପଲ୍‌ର ଉକ୍ତ ଯୁବକ ଯେ କେବଳ ଭିତର ପଟୁ ୱାସ୍‌ରୁମ୍‌ କବାଟର କୀଳିଣି ଦେଇ ଦେଇଥିଲେ ତାହା ନୁହେଁ, କବାଟର ହ୍ୟାଣ୍ଡଲ୍‌କୁ ମଧ୍ୟ ଗୋଟାଏ ରଶିରେ ବାନ୍ଧି ଦେଇଥିଲେ। କେତେକ ଯାତ୍ରୀ ଓ ରେଳବାଇ କର୍ମଚାରୀ କହିବା ପରେ ବି ସେ ୱାସ୍‌ରୁମ୍‌ କବାଟ ଖୋଲି ନ ଥିଲେ। ଏମିତି ଅନେକ ସମୟ ବିତିଯାଇଥିଲା।

ଟିକେଟ୍‌ ନ କରିଥିବା ଶରଣ ସମ୍ଭବତଃ କସରଗୋଡ଼ ଷ୍ଟେସନ୍‌ରୁ ଚଢ଼ିଥାଇ ପାରେ ‌ବୋଲି ଅନୁମାନ କରାଯାଉଛି। ‘ପିଆର୍‌ଏଫ୍‌’ ତାଙ୍କୁ ଗିରଫ କରିଛି। କିନ୍ତୁ, ‘ୱାସ୍‌ରୁମ୍‌’ରେ ପଶି କାହିଁକି କବାଟ କୀଳି ଥିଲା ସେ କଥା ସେ କହୁନାହିଁ ବୋଲି ପୁଲିସ କହିଛି। କେବଳ କହୁଛନ୍ତି କି, କେହି ଜଣେ ତାଙ୍କୁ ଗୋଡ଼ାଇବାରୁ ସେ ୱାସ୍‌ରୁମ୍‌ରେ କବାଟକୀଳି ପଶିଥିଲେ।

ଘଟଣାର ଭିଡିଓ ମଧ୍ୟ କେତେକ ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ହେଉଛି। ଏଥିରେ ୱାସ୍‌ରୁମ୍‌ରୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଉଥିବା ଯୁବକ ଶରଣ ଖୁବ୍‌ ଛାନିଆ ହୋଇଯିବା ଭଳି ଦେଖାଯାଉଛନ୍ତି।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ