ରାଜ୍ୟ

ବନବାସୀଙ୍କ ଭୋକ ପାଇଁ ଜଳୁଛି ଜଙ୍ଗଲ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦୀ ବ୍ଲକ୍‌ର ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଜୁଆଙ୍ଗ ଓ ବିରହୋଡ଼(ମାଙ୍କିଡିଆ) ସହିତ ଅନ୍ୟ ସଂପ୍ରଦାୟର ଜୀବିକା ବିପନ୍ନ। ତୁମୁଣି, ଗୁହିଆଶାଳ ସମେତ ଚର୍ଚ୍ଚିତ ନଗଡ଼ାର ଜୁଆଙ୍ଗ ସଂପ୍ରଦାୟ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଜୀବିକା ପାଇଁ ପୋଡୁଚାଷ ଏକମାତ୍ର ସମ୍ବଳ। ଜଙ୍ଗଲ ବିଭାଗ ରାସ୍ତା ପାର୍ଶ୍ବରେ ବନୀକରଣ ନାମରେ ଅନୁଦାନ ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟରେବନବାସୀଙ୍କ ଭୋକ ମେଣ୍ଟାଇବାକୁ ଜଙ୍ଗଲ ଜାଳି ଦିଆଯାଉଛି। ସବୁଠାରୁ ବଡ଼ କଥା ହେଲା, ବନବାସୀଙ୍କୁ ପୋଡ଼ୁଚାଷ ପାଇଁ ଆଇନ ଜାଲରେ ଛନ୍ଦି ଜେଲକୁ ପଠାଉଛି ବନବିଭାଗ। ଅଥଚ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରାଯାଉନି। ତୁମୁଣି ଭଳି ଗାଁକୁ ଆଜି ପର୍ଯ୍ୟନ୍ତ ପାଦଚଲା ରାସ୍ତାଟିଏ କରିବାକୁ ଜଙ୍ଗଲ ବିଭାଗ ଉଦ୍ୟମ କରିନାହିଁ।

୭ବର୍ଷ ପୂର୍ବ ୨୦୧୬ ମସିହାରେ ନଗଡ଼ା ଅପପୁଷ୍ଟି ପ୍ରସଙ୍ଗ ‘ସମ୍ବାଦ ଲୋକଲୋଚନକୁ ଆଣିବା ପରେ ନଗଡ଼ାକୁ ରାସ୍ତା କରାଗଲା। ଏହାର ପାର୍ଶ୍ବବର୍ତ୍ତୀ ତୁମୁଣି ଓ ଅନ୍ୟପଟେ ଥିବା ଗୁହିଆଶାଳ ଓ ତଳଗୁହିଆଶାଳ ଏବେ ବି ଅପହଞ୍ଚ। ଜଙ୍ଗଲ ଜମିରେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ରାସ୍ତା କରିବାରେ ପ୍ରତିବନ୍ଧକ ଥିବା ବେଳେ ବନବିଭାଗ ମାଟିମୋରମ ରାସ୍ତା କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଅଥଚ ଆଜି ପର୍ଯ୍ୟନ୍ତ ‌ରାସ୍ତା କରାଯାଇନି। ଯାହା ଫଳରେ ଶତାଧିକ ଜୁଆଙ୍ଗ ପରିବାର ପାହାଡ଼ର ଖୋଲ ଭିତରରେ ଅତି ଦୟନୀୟ ଭାବେ ଭାତଲୁଣରେ ଜୀବନ ବିତାଉଛନ୍ତି।

ଜଙ୍ଗଲରେ ପୋଡୁଚାଷ, ରାସ୍ତାକଡ଼ରେ ବନୀକରଣ
ମନ୍ତ୍ରୀଙ୍କ ଚାପରେ ସଚିବଙ୍କ ଚିଠି
ଜଙ୍ଗଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କରିପାରିବ କି?

ଜୁଆଙ୍ଗ ଓ ମାଙ୍କଡ଼ିଆ(ବିରହୋଡ଼)ଙ୍କ ଉନ୍ନତି ପାଇଁ ୨୦୨୦ ମସିହାରୁ ବିରହୋଡ଼ ଜୁଆଙ୍ଗ ଉନ୍ନୟନ ସଂସ୍ଥା(ବିଜେଡିଏ) ସୁକିନ୍ଦା ବ୍ଲକ୍‌ରେ କାମ କରୁଛି। ଜଣେ ସ୍ବତନ୍ତ୍ର ଅଧିକାରୀ ମଧ୍ୟ ଯୋଗ ଦେଇଛନ୍ତି। ନିକଟରେ ୧୮ଜୁଆଙ୍ଗ ଓ ମାଙ୍କିଡିଆଙ୍କୁ ଏହି ବିଭାଗ ରାଷ୍ଟ୍ରପତି ଭବନକୁ ନେଇ ସେମାନଙ୍କୁ ବାହାର ଦୁନିଆ ଦେଖାଇବା ସହ ଓ ଆଦିବାସୀ ସଂପ୍ରଦାୟର ଜଣେ ମହିଳା ରାଷ୍ଟ୍ରପତି ହୋଇଥିବା ନେଇ ଜଣାଇବାକୁ ଉଦ୍ୟମ କରାଗଲା। ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯେଉଁ ଆଦିମ ଅଧିବାସୀମାନଙ୍କୁ ପ୍ରଶାସନ ନେଇ ପାରିଲା; ସେମାନଙ୍କ ଗାଁକୁ ରାସ୍ତା କରିବାକୁ ଆଜି ପର୍ଯ୍ୟନ୍ତ ଚିନ୍ତା କରାଗଲା ନାହିଁ କିପରି? ବିକାଶ ଆଳରେ ଖଣି ମାଲିକ ଓ ଶିଳ୍ପପତିଙ୍କ ପାଇଁ ରାତାରାତି ଜଙ୍ଗଲ ଜମିରେ ନିର୍ମାଣ କରିବାକୁ ଅନୁମତି ମିଳିଯାଉଛି। ଅଥଚ ବନବାସୀଙ୍କ ପାଇଁ ଘର ଏବଂ ରାସ୍ତା ପ୍ରସଙ୍ଗ ଉଠିଲେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି।

ତୁମୁଣିକୁ ନେଇ ଜନସ୍ବାର୍ଥ ମାମଲା ଏବଂ ‘ସମ୍ବାଦରେ ଖବର ପ୍ରକାଶ ପରେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ଦୃଷ୍ଟିକୁ ଆସିଲା। ମନ୍ତ୍ରୀଙ୍କ ଚାପରେ ବିଭାଗୀୟ ଉପସଚିବ ମୁଖ୍ୟଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଜଙ୍ଗଲ ଜମିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କରିପାରିବ କି? ଏହି ପ୍ରସଙ୍ଗରେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଘଡେଇଙ୍କ କହନ୍ତି ଜଙ୍ଗଲ ବିଭାଗ ଚାହିଁଲେ ମାଟିମୋରମ ପକାଇ ପାଦଚଲା ରାସ୍ତା ଜଙ୍ଗଲରେ କରିପାରିବ। ଡିଏମ୍‌ଏଫ ଅର୍ଥରେ ରାସ୍ତା ନିର୍ମାଣ ସହିତ ‌ଲୋକଙ୍କ ଜୀବିକା ଉପାର୍ଜନ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।