ଧର୍ମ

ବଦ୍ରିନାଥ ମନ୍ଦିର ପରିସରରେ ନମାଜ ପଢିଲେ ଯୁବକ: ଭିଡିଓ ଭାଇରାଲ ପରେ ଉତ୍ତେଜନା,୧୫ ଜଣଙ୍କ ବିରୋଧରେ ମାମଲା

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବଦ୍ରିନାଥ ମନ୍ଦିରରେ କିଛି ମୁସଲମାନ ଯୁବକ ନମାଜ ପଢୁଥିବା କରୁଥିବା ଭିଡିଓ ଭାଇରାଲ ପରେ ଉତ୍ତେଜନା । କୁହାଯାଉଛି ଯେ କିଛି ମୁସଲମାନ ଇଦ୍-ଉଲ୍-ଜୁହା ଅବସରରେ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର କମ୍ପ୍ଲେକ୍ସରେ ପ୍ରାର୍ଥନା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚାମୋଲି ପୋଲିସ ଅଧୀକ୍ଷକ ଯଶବନ୍ତ ସିଂହ ଚୌହ୍ୱାନ ଏହି ଘଟଣାରେ କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅନେକ ମୁସଲମାନ ବଦ୍ରିନାଥ ମନ୍ଦିର ପରିସରରେ ନମାଜ ଦେଉଥିବାର ଦେଖାଯାଇଛି । ଭାଇରାଲ୍ ପୋଷ୍ଟ ଦେଖି ସ୍ଥାନୀୟ ପୋଲିସର ଏକ ଟିମ୍ ତୁରନ୍ତ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏଭଳି ଘଟଣା ଘଟିନାହିଁ ।

ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ୧୫ ଜଣ ମୁସଲମାନ ଶ୍ରମିକ ହରିନ୍ଦର ସିଂ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଅଧୀନରେ କାମ କରନ୍ତି । ଏହି ସମସ୍ତ ଶ୍ରମିକ ମନ୍ଦିରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ ଏକ ପାର୍କିଂ ସୁବିଧା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ । ପୋଲିସର ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ନିର୍ମାଣ କାର୍ଯ୍ୟରେ ବହୁ ସାମଗ୍ରୀ ଥିବାରୁ ସମସ୍ତ ଶ୍ରମିକ ପ୍ରକଳ୍ପ ସ୍ଥଳରେ ରହୁଥିଲେ ।

ଇଦ୍-ଉଲ୍-ଜୁଜା ଅବସରରେ ସେମାନେ ସକାଳ ୭ ଟାରେ ସେଠାରେ ନମାଜ ଅର୍ପଣ କରିଥିଲେ । ଭିଡ଼ ଜମାଇବା ଏବଂ ସାମାଜିକ ଦୂରତାକୁ ଉଲ୍ଲଂଘନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କଣ୍ଟ୍ରାକ୍ଟର ଏବଂ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି । ସ୍ଥାନୀୟ ପୌରସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଋଷି ପ୍ରକାଶ ସତୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି ।

ତେବେ ମନ୍ଦିର ପରିସରରେ ପ୍ରାର୍ଥନା କରାଯାଉଥିବା ଅଭିଯୋଗକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । କେବଳ ଅନୁସନ୍ଧାନ ଆଧାରରେ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ପୋଲିସ ଅଧୀକ୍ଷକ କହିଛନ୍ତି ଯେ ‘ସେପର୍ଯ୍ୟନ୍ତ ମୁଁ ଲୋକମାନଙ୍କୁ କୌଣସି ପ୍ରକାର ଗୁଜବ ପ୍ରଚାର ନକରିବାକୁ ନିବେଦନ କରୁଛି’।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ