ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବଦଳୁଛି ଭାଇରସର ଲକ୍ଷଣ: କେବଳ ଥଣ୍ଡା ଜ୍ୱର ନୁହେଁ, ଡାଇରିଆ ଓ ଶରୀର ପୀଡା ବି ଥିଲେ ହୋଇପାରେ କରୋନା

ନୂଆଦିଲ୍ଲୀ ୧୬/୪ : ସାବଧାନ, ଧୀରେ ଧୀରେ ଲକ୍ଷଣ ବଦଳାଉଛି ମହାମାରୀ । ଭାଇରସ ଯେତିକି ଭୟଙ୍କର ମାତ୍ରାରେ ମାତୁଛି ସେତିକି ମାତ୍ରାରେ ତାର ଲକ୍ଷଣ ବି ପରିବର୍ତ୍ତନ ହେଉଛି । ଦେଶରେ ଏବେ ପ୍ରବାହିତ ହେଉଛି ୨ୟ ଲହର । ଆଉ ଏହି ଲହର ପ୍ରଥମ ଲହର ତୁଳନାରେ ଯଥେଷ୍ଟ ଅଧିକ ରହିଛି । ପ୍ରଥମ ଥର ସଂକ୍ରମିତ ହେବା ପରେ ଲୋକେ ପୁନଃ ସଂକ୍ରମିତ ହେବାର ଅଧିକ ଚାନ୍ସ ରହିଛି ।

ଖାସ ସେଥିପାଇଁ ଭାଇରସର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ପୂର୍ବରୁ ଜ୍ୱର, ଥଣ୍ଡା, ଆଖି ଲାଲ, ଗଳାଦରଜ, ଦେହ ହାତ କୁଣ୍ଡାଇବା ଭଳି ଲକ୍ଷଣ ଥିଲା । ଏବେ ଏସବୁରେ ଯୋଡି ହୋଇଛି ଆଉ କିଛି ନୂଆ ଲକ୍ଷଣ । ଯେମିତିକି ଡାଇରିଆ ଓ ଶରୀର ପୀଡା ସହ ବାନ୍ତି ହେବା । ଯଦି ଆପଣଙ୍କ ଡାଇରିଆ ବା ପତାଳା ଝାଡା ହେଉଛି ତାହେଲେ ହୋଇଯାଆନ୍ତୁ ସାବଧାନ । ସେହିଭଳି ଯଦି ଶରୀର ପୀଡା ବି ଜୋରରେ ହେଉଥାଏ ତାହାଲେ ମଧ୍ୟ କରୋନା ହେବାର ଆଶଙ୍କା ରହିଛି । ଏ ସବୁ ଲକ୍ଷଣ ଥିଲେ ଆପଣ ତୁରନ୍ତ ଯାଇ ନିଜର ପରୀକ୍ଷା କରାଇ ନିଅନ୍ତୁ ଓ ସଂକ୍ରମଣରୁ ବଞ୍ଚନ୍ତୁ । ୪୦ ପ୍ରତିଶତ ଲୋକଙ୍କ ନିକଟରୁ ଏହି ସବୁ ଲକ୍ଷଣ ଥିବାରୁ ସେମାନଙ୍କର ପରୀକ୍ଷା କରାଯାଇଥିଲା, ସେମାନଙ୍କର ରିପୋର୍ଟ ପଜିଟିଭ ଆସିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ