ଖେଳ ଦେଶ ବିଦେଶ

ବଦଳିଲେ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍, ଲ୍ୟୁକ୍ ରୋଞ୍ଚିଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୪/ ୧୧: କରୋନା ଭାଇରସର ଆତଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଚଳିତ ମାସରେ ନିଜର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଏହି ମୁକାବିଲା ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମରେ ଅଦଳବଦଳ ହୋଇଛି। ଏପରିକ ଦଳର କୋଚରେ ମଧ୍ୟ ପରିବର୍ତ୍ତନ କରାଯ।ଇଛି। ନ୍ୟୁଜିଲାଣ୍ଡ ଟିମର ପୂର୍ବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଲ୍ୟୁକ୍‌ ରୋଞ୍ଚିଙ୍କୁ ଟିମର ମୁଖ୍ୟ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ। ୩୯ ବର୍ଷିୟ ରୋଞ୍ଚି ବର୍ତ୍ତମାନ ପିଟର ଫୁଲ୍ଟନଙ୍କ ସ୍ଥାନ ନେବେ। ସୂଚନାଥାଉକି, ଫୁଲ୍ଟନ୍‌ ଜୁଲାଇ ମାସରେ ନିଜ ପଦରୁ ଇପ୍ତଫା ଦେଇଥିଲେ।

ରୋଞ୍ଚି ନ୍ୟୁଜିଲାଣ୍ଡ ପକ୍ଷରୁ ମୋଟ ୪ଟି ଟେଷ୍ଟ ମ୍ୟାଚ୍, ୮୫ଟି ଦିନିକିଆ ଓ ୩୩ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଏବେ ନ୍ୟୁଜିଲାଣ୍ଡ ଟିମର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟିଡ ଓ ବୋଲିଂ କୋଚ୍‌ ଶେନ୍‌ ଜର୍ଗସନଙ୍କ ସହିତ ମିଶି କାର୍ଯ୍ୟ କରିବେ। ରୋଞ୍ଚି ବିଗତ ୨ ବର୍ଷ ହେବ ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଖେଳି ଆସିଛନ୍ତି। ସେ ୨୦୧୯ କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ଟିମର ସଦସ୍ୟ ଥିଲେ।

ରୋଞ୍ଚିଙ୍କୁ ଏହି ଦାୟିତ୍ବ ମିଳିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ରୋଞ୍ଚି କହିଛନ୍ତି ଯେ, ସେ ବହୁତ ଖୁସି। ପୂର୍ବରୁ ଟିମ ପକ୍ଷରୁ ଖେଳି ବହୁତ ଖୁସି ଲାଗୁଥିଲା ଏବଂ ଏହି ଗୁରୁ ଦାୟିତ୍ବ ପାଇବା ପରେ ଆହୁରି ଖୁସି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟିମ୍‌ର‌ ବ୍ୟାଟ୍ସମ୍ୟାନ୍‌ଙ୍କ ସହିତ ଲଗାତର ଭାବେ କାମ କରିବାକୁ ଭଲ ସୁଯୋଗ ମିଳିଛି। ଏହା ଏକ ଗୁରୁଦାୟିତ୍ବ। ମୁଖ୍ୟ କୋଚ୍‌ ଓ ବୋଲିଂ କୋଚ୍‌ ମିଳିତ ଭାବେ ଭଲ ରଣନୀତି କରି ଏକ ଭଲ ଟିମରେ ପରିଣତ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ