ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳିବ ଭିତରକନିକାର ରୂପରେଖ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଏହି ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାର ପ୍ରକୃତି ଓ ପରିବେଶ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ବାରୋପ କରୁଥିବାରୁ ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଏଥିପାଇଁ ସରକାର ୨୦୨୧-୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ସୂଚନା କେନ୍ଦ୍ର, ମୁଖ୍ୟ ଫାଟକ, ୱାଚ୍‌ ଟାୱାର୍‌, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଟି ନିର୍ମାଣ ହେବ। ଏହି ପର୍ଯ୍ୟଟନଭିତ୍ତିକ ପ୍ରକଳ୍ପଗୁଡିକର ‘ଥ୍ରି ଡି ଚିତ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋସିଆଲ୍‌ ମିଡିଆରେ ଛଡ଼ା ଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଓ ଇକୋ ଟୁରିଜିମ୍‌ର ବିକାଶ ହେଲେ ଅଂଚଳବାସୀ ଲାଭବାନ ହେଉଥିବାରୁ ଏହି ପ୍ରକଳ୍ପ ଭିତରକନିକାକୁ ନୂଆ ଦିଶା ଦେବ ବୋଲି ଚର୍ଚ୍ଚା ଯୋର ଧରିଛି।

Pratisruti Plus

ବିଶ୍ବ ପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଟିରେ ‘ଡ୍ରାଏ୍‌ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ ଟଙ୍କା, ଡାଙ୍ଗମାଳ ପ୍ରବେଶ ଦ୍ବାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର ଟଙ୍କା, ଗୁପ୍ତିଠାରେ ଜେଟି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର ଟଙ୍କା, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳ ଜେଟିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର ଟଙ୍କା, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଟି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଟି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯେଗାଇ ଦେଇଛନ୍ତି। ୨ମାସ ତଳେ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଁଛି ସ୍ଥାନ ଚିହ୍ନଟ କରିଥିଲେ। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି।

Fiveprime

ଏଥିସହିତ ସୂଚନା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଅଲିଭ୍‌ରିଡ୍‌ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନଗ୍ରୁଭ୍‌ ସହିତ ୭ଟି ଥିଏଟର୍‌ ଓ ଆକ୍ବାରିୟମ୍‌ ରହିବ। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗର ଠାରେ ଯେଉଁ ଜେଟି ନିର୍ମାଣ ହେବ ସେଠାରେ ଭାସମାନ ଜେଟି ସଂଯୁକ୍ତ ରହିବ। ଏଥିସହିତ ଜେଟି ନିକଟରେ ଟିକେଟ ଓ ସ୍ନାକ୍ସ କାଉଣ୍ଟର ସହିତ ଶୌଚାଳୟ, ବିଶ୍ରାମକକ୍ଷ ସହିତ ପାର୍କିଂ ସ୍ଥାନ ରହିବ। ଏହାବାଦ୍‌ ୱାଚ୍‌ ଟାୱାର୍‌ ନିର୍ମାଣ କରାଯିବ। ତାହା ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣା ଜଙ୍ଗଲର ଶୋଭା ଉପଭୋଗ କରିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।