ରାଜନୀତି ରାଜ୍ୟ

ବଦଳିପାରେ ରାଉରକେଲା ରାଜନୀତି ସମୀକରଣ: ଦିଲୀପଙ୍କ ସହ ବିରୋଧୀଙ୍କ ମେଳି

ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଉରକେଲା ରାଜନୀତି ସେତିକି ସରଗରମ ହେଉଛି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ। ତାଙ୍କୁ ଏବେ ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଏସ୍‌ଟିଆଇ ଛକ ନିକଟ କଲ୍ୟାଣୀ ଭବନ ହେଉ ଅବା ବିଭିନ୍ନ କ୍ଲବ୍‌ରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଭେଟୁଛନ୍ତି। ଆଜି ବ୍ରାହ୍ମଣୀ କ୍ଲବ୍‌ରେ କିଛି ରାଜନୈତିକ ଦଳର ନେତା ଓ ୪ ପରିବହନ ସଂଘର କର୍ମକର୍ତ୍ତାମାନେ ଦିଲୀପଙ୍କ ପାଖରେ ଏକଜୁଟ ‌ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ରାଉରକେଲା ଟ୍ରକ୍‌ ଓନର୍ସ ଆସୋସିଏସନ୍‌, ରାଉରକେଲା ମାଇନିଂ ଟ୍ରକ୍‌ ଆଣ୍ଡ ଟିପ୍ପର ଓନରର୍ସ ଆସୋସିଏସନ୍‌ (ଆର୍‌ଏମ୍‌ଟିଟିଓଏ) ଓ ଟ୍ରେଲର ଆସୋସିଏସନ୍‌ର ଶତାଧିକ କର୍ମକର୍ତ୍ତା ଏକାଠି ହୋଇଥିଲେ। ବେଦବ୍ୟାସ ଟ୍ରକ ଓନର୍ସ ଆସୋସିଏସନ୍‌ର ବିଶ୍ବରଞ୍ଜନ ବେଉରା, ବିଜୟ କୁମାର ପ୍ରଧାନ, ଆର୍‌ଏମ୍‌ଟିଟିଓଏ ଦିଲୀପ ମହାନ୍ତି, ଶିବ ବିଶୋଇଙ୍କ ସମେତ ଗୌତମ ବାଡ଼ା, ବିଶ୍ବମ୍ବର ସାମଲ, ସନ୍ତୋଷ ଯାଦବ, ବିଶ୍ବନାଥ ଦେ ପ୍ରମୁଖ ନେତୃତ୍ବ ନେଇଥିଲେ। ସେମାନେ ଶ୍ରୀ ରାୟଙ୍କ ସହ ପରିବହନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ, ଏମିତି ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତୁ, ଯିଏ ସହରର ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଉଥିବ ବୋଲି କହିଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ରାୟ ସଂଘର କର୍ମକର୍ତ୍ତାମାନଙ୍କୁ କହିଥିବା ଜଣାପଡ଼ିଛି। ଏହାପୂର୍ବରୁ ହକି ଷ୍ଟାଡିୟମ ନିକଟସ୍ଥ ମେ‌’ଫେୟାର ୱାଲ୍‌ର୍ଡ ଭିଲେଜରେ ଶ୍ରୀ ରାୟ ତାଙ୍କ ମା’ଙ୍କ ଶ୍ରାଦ୍ଧ ଦିବସ ପାଳନ ମାଧ୍ୟମରେ ନିଜର ଦମ୍‌ ଦେଖାଇଥିଲେ। ରାଉରକେଲାର ବିଜେପି, ବିଜେଡ଼ି, କଂଗ୍ରେସ, ସିପିଆଇଏମ୍‌ ରାଜନୈତିକ ଦଳର ତୁଙ୍ଗ ନେତା ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ। ହେଲେ, ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର