ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢ଼ୁଛି ଶୀତ: ୧୫ ଡିଗ୍ରି ତଳେ ୨୦ ସହର

ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଗତକାଲି କନ୍ଧମାଳ ଜିଲ୍ଲା ଜି. ଉଦୟଗଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରେକର୍ଡ ହୋଇଥିଲା। ଏହାବ୍ୟତୀତ, କୋରାପୁଟର ସେମିଳିଗୁଡ଼ାରେ ୯ ଡିଗ୍ରି, ଫୁଲବାଣୀରେ ୧୦.୫ଡିଗ୍ରି, କୋରାପୁଟ ଓ ଦାରିଙ୍ଗବାଡ଼ିରେ ୧୧.୦ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ୨୦ ସହରରେ ପାରଦ ୧୫ଡିଗ୍ରି ତଳକୁ ଖସି ଆସିଛି। ରାଜଧାନୀ ଭୁବ‌ନେଶ୍ବରରେ ୧୬ ଡିଗ୍ରି ଓ କଟକରେ ସର୍ବନିମ୍ନ ୧୬.୪ ଡିଗ୍ରି ରେକର୍ଡ କରାଯାଇଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅପରପକ୍ଷେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୪.୫ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବିଳମ୍ବରେ ଲଗାଯାଇଥିବା ଦୀର୍ଘ ଅବଧି ଧାନର ବର୍ତ୍ତମାନ ଥୋଡ଼ ଆସି ନଥିବ। ଏହି ସମୟରେ ପାଣିର ଅଧିକ ଆବଶ୍ୟକତା ରହିଥାଏ। ପାଣିର ଅଭାବ ହେଲେ ଧାନ ଅଗାଡ଼ି ସହିତ ଅମଳ କମିବାର ଆଶଙ୍କା ରହିଛି। ଏଣୁ ଜଳସେଚନ କରନ୍ତୁ। ସଅଳ ଲଗା ମଧ୍ୟମ ଅବଧି ଧାନ ଫସଲ ଭଲ ରହିବ।

ଆସନ୍ତାକାଲିଠାରୁ ଉପକୂଳରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୧୯ ଓ ୨୦ ତା‌ରିଖରେ ବେଶି ବଢ଼ିବ। ୨୦ ତାରିଖ ସୁଦ୍ଧା ଉପକୂଳରେ ରାତ୍ରି ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ୧୭ ରୁ ୧୯ ତାରିଖ ଭିତରେ ରାତ୍ରି ତାପମାତ୍ରା ପ୍ରାୟ ୨ ଡିଗ୍ରି କମି ୨୦ ଓ ୨୧ ତାରିଖ‌ରେ ପୁଣି ୨ଡିଗ୍ରି ବଢ଼ିପାରେ। ଉପକୂଳରେ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବା ସହ ତାପମାତ୍ରା ବଢ଼ିବା ହେତୁ ପନିପରିବା, ସୋରିଷ ଓ ମୁଗ ବିରି ଆଦି ଫସଲରେ ଜଉ ପୋକ ଓ ପାଉଁଶିଆ ରୋଗ ବଢ଼ିବାର ସମ୍ଭାବନା ରହିଛି। ଏଣୁ ଏହାର ଦମନ ପାଇଁ ଅନୁମୋଦିତ ଔଷଧ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ବହୁଥିବା ଉତ୍ତରା ଥଣ୍ଡା ପବନ ୧୮ ତାରିଖରୁ ପରିବର୍ତ୍ତନ ହେବ। ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ହେତୁ ୧୮ ତାରିଖରୁ ୨୧ ଭିତରେ ସାମୁଦ୍ରିକ ପୂର୍ବା ପବନ ବହିବା ହେତୁ ପାଗରେ ପରିବର୍ତ୍ତନ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।