ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢ଼ିବ ସରକାରୀ ଯୁକ୍ତ୨ କଲେଜ

ଭୁବନେଶ୍ବର : ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହାକୁ ନଜରରେ ରଖି ୨୦୨୩-୨୪ ଶିକ୍ଷାବର୍ଷରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ୧୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଦୁଇଟି ଲେଖାଏଁ ସେକ୍ସନ୍ ଖୋଲିବ। ପ୍ରତି ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ବାରା ରାଜ୍ୟରେ ୧୦୬ ସରକାରୀ ବିଦ୍ୟାଳୟରେ ୧୩,୪୬୮ଟି ସିଟ୍‌ ନାମଲେଖା ପାଇଁ ବୃଦ୍ଧି କରାଯାଇଛି। ସାମ୍‌ସ ପୋର୍ଟାଲରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଚାଲିଛି। ଏହାବ୍ୟତୀତ ଆଉ କିଛି ସ୍ଥାନରେ ହାଇସ୍କୁଲକୁ ଉନ୍ନୀତ କରିବା ଲାଗି ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ଏବେ ବିଚାର ଚାଲିଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି ‌ଯେ ସିଟ୍‌ ବୃଦ୍ଧି ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷାକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଧନ୍ଦାମୂଳକ କଲେଜରେ ନିଯୁକ୍ତ ହୋଇଥିବା ଶିକ୍ଷକମାନଙ୍କ ଲାଗି କର୍ମଶାଳା ଆୟୋଜିତ ହେବ। ଯେତିକି ଧନ୍ଦାମୂଳକ ବିଦ୍ୟାଳୟ ରହିଛି ସେଠାକାର ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ତାଲିମ ଦିଆଯିବ। ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ କ୍ୟାମ୍ପେନ୍‌ ମୋଡ୍‌ରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଧନ୍ଦାମୂଳକ କଲେଜ ଅଧ୍ୟକ୍ଷମାନଙ୍କ ଗୋଟିଏ ପର୍ଯ୍ୟାୟ ତାଲିମ ଶେଷ ହୋଇଛି। ଅଧ୍ୟାପକଙ୍କ ତାଲିମ ମଧ୍ୟ ସରିଛି। ସେମାନଙ୍କୁ ଅଧିକ ତାଲିମ ଦେବା ପାଇଁ ଭୋପାଳରେ ଥିବା ପଣ୍ଡିତ ସୁନ୍ଦରଲାଲ୍‌ ଶର୍ମା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରାଜିନାମା ହୋଇଛି।

ସେହିପରି ରାଜ୍ୟ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୩୩୫ ଅଧ୍ୟାପକ, ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଓପିଏସ୍‌ସି ପକ୍ଷରୁ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୩୬୪ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଓପିଏସ୍‌ସି ନିଯୁକ୍ତି ପ୍ରକ୍ରିୟା କରିବ। ଏଥିସହ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ୫୫୫ ଶିକ୍ଷକଙ୍କ ନିଯୁକ୍ତି ଲାଗି ପ୍ରକ୍ରିୟା ଚାଲିଛି। ଗତବର୍ଷ ତୁଳନା‌ରେ ଏଥରକ ପାସ୍‌ହାର ମାତ୍ର ୩ ପ୍ରତିଶତ କମିଛି। କରୋନା ପାଇଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବାରୁ ଗତବର୍ଷ ମାର୍କ ବଢ଼ିଯାଇଥିଲା। ଏଥର ଶତ ପ୍ରତିଶତ ସିଲାବସ୍‌ରେ ପିଲାମାନେ ପରୀକ୍ଷା ଦେଇଥିଲେ। କୋଭିଡ୍‌ ପୂର୍ବବର୍ଷ ତୁଳନାରେ ଏଥର ପରୀକ୍ଷା ଭଲ ହୋଇଛି ବୋଲି ଗଣଶିକ୍ଷା ସଚିବ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।