ଅପରାଧ ରାଜ୍ୟ

ବଡ଼ଭାଇକୁ ମାରିଦେଲା ସାନଭାଇ, ପାଣି ପାଇଁ ହୋଇଥିଲା ଝଗଡ଼ା

କଳାହାଣ୍ଡି ୦୪।୧୦ : ଭବନୀପାଟଣା ସଦର ଅନ୍ତର୍ଗତ ତିଲଯୋଗି ଗାଁରେ ଅଘଟଣ । ବଡ ଭାଇକୁ ମାରିଦେଲା ସାନଭାଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଖବର ଅନୁଯାୟୀ, ତିଲଯୋଡ଼ି ଗାଁର ବେଦପତି ମାଝୀ ନିଜ ବଡ଼ଭାଇ ପୂର୍ଣ୍ଣ ମାଝୀଙ୍କ ମଧ୍ୟରେ କେନାଲ ପାଣିକୁ ନେଇ ଝଗଡା ଚାଲିଥିଲା । ସୋମବାର ସକାଳେ ବେଦପତି ଓ ପୂର୍ଣ୍ଣଙ୍କ ମଧ୍ୟରେ ପୁଣି ଥରେ ବଚସା ହୋଇଥିଲା । ଏଥିରେ ବେଦପତି ପୂର୍ଣ୍ଣଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଦେଖିବା ପରେ ପାଖରେ କେହି ନଥିବାର ସୁଯୋଗ ନେଇ ବେଦପତି ତାଙ୍କ ଭାଇ ଶବକୁ ନେଇ ପାଖ ଜଙ୍ଗଲରେ ପୋତି ଘରକୁ ଫେରିଆସିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୂର୍ଣ୍ଣଙ୍କୁ ନପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ । ମଙ୍ଗଳବାର ସକାଳୁ ଜଣଙ୍କୁ ସଦର ଥାନା ଆଇଆଇସି ରଶ୍ମିତା ଶବର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଲୋକଙ୍କୁ ପଚରାଉଚରା କରିବା ପରେ ବେଦପତି ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାସ୍ଥଳକୁ ଯାଇ ଶବ ପୋତିଥିବା ସ୍ଥାନକୁ ଚିହ୍ନଟ କରିଥିଲେ । ପୋଲିସ ଛାନ୍‌ଭିନ୍ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।