ଅପରାଧ ରାଜ୍ୟ

ବଡ଼ବିଲରେ ଗୁଳିକାଣ୍ଡ: ଯୁବକ ମୃତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବଡ଼ବିଲ: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ଏକ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବଡ଼ବିଲ ମୋନି ଟାୱାର ଛକ ନିକଟରେ ଏହି ଗୁଳିକାଣ୍ଡ ଘଟିଥିବାବେଳେ, ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିଛି।

ମିଳିଥିବା ଖବର ଅନୁଯାୟୀ ଆଜି ୯ ଘଟିକା ସମୟରେ ସୁନୀଲ ସିହ୍ନା ଓରଫ ଭୋଲା ଡାକ୍ତରଖାନା ନିକଟରେ ଥିବା ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ସେଠାରୁ କାମ ସାରି ତାଙ୍କ ୱାର୍ଡ ନମ୍ବର ୬, ଟାଟାହଟିଂରେ ଥିବା ନିଜ ଘରକୁ ଫେରୁଥିବା ସମୟରେ ମୋନି ଟାୱାର ଛକ ଉପରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସୁନୀଲଙ୍କର ମୃତ୍ୟୁ ହୋଇଥିବାବେଳେ, ଆତତାୟୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଦୁଇଜଣ ଦୁର୍ବୃତ୍ତ ଚାଲିଚାଲି ଆସି ସୁନୀଲ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତେବେ ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ। ପୁଲିସ ଘଟଣାସ୍ଥଳରୁ ଏକ ଖୋକା ଜବତ କରି ତଦନ୍ତ ଜାରି ରଖିଛି। ବଡ଼ବିଲର ବର୍ତ୍ତମାନର ନଗରପାଳ ଲକ୍ଷ୍ମଣ ମହାନ୍ତଙ୍କ ଡାହାଣ ହାତ କୁହାଯାଉଥିବା ସୁନୀଲ ରାଜନୀତିରେ ସକ୍ରିୟ ନ ଥିଲେ। ଏହା ଏକ ବ୍ୟାବସାୟିକ କିମ୍ବା ରାଜନୈତିକ ହତ୍ୟାକାଣ୍ଡ ବୋଲି ପୁଲିସ ଆଶଙ୍କା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।