ଅପରାଧ ରାଜ୍ୟ

ବଡ଼ନଦୀରେ ଭାସିଯାଇ ମହିଳା ମୃତ

ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬) ବଡ଼ନଦୀରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ଅମିଙ୍କ ପୁତୁରା ପ୍ରକାଶଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ କେସ ନଂ ୨୨/୨୨ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳ ୭ଟା ସମୟରେ ଅମି ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ।

ଗ୍ରାମବାସୀ ନଦୀତୁଠରେ ଅମିଙ୍କ ଲୁଗାପଟା ପଡ଼ିଥିବା ଦେଖି ଖୋଜାଖୋଜି କରିଥିଲେ। ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ଶବ ଉଦ୍ଧାର କରିଥିଲେ। ଅମିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପୁତୁରା ପ୍ରକାଶ, ରମେଶ, ଶରତ, ସୁଶାନ୍ତ ପ୍ରମୁଖ ଆସି ଗ୍ରାମରେ ପହଞ୍ଚିଥିଲେ। ସରପଞ୍ଚ ସରପଞ୍ଚ ଭଂଜନୀ ନାଇକ ଓ ସମିତିସଭ୍ୟ ପିନାକୀନୀ ବିଷୋୟୀ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଓ ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ପହଞ୍ଚି ଅମିଙ୍କ ଶେଷକୃତ୍ୟ ନିମନ୍ତେ ୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।