ରାଜ୍ୟ

ବଡ଼ଦିନ ପାଇଁ ପୁରୀରେ ପୁଲିସ ବ୍ୟବସ୍ଥା: ଜଗିବେ ୨୫ ଅଫିସର୍‌, ୫୫ ‌ସେକ୍ସନ୍‌ ଫୋର୍ସ

ପୁରୀ: ବଡ଼ଦିନ ଅବସରରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ରହିବ। ଏଥିପାଇଁ ପୁରୀରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ପୁରୀର ତେରଟି ଚର୍ଚ୍ଚରେ ଯୁଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ପାଳନ ହେଉଥିବାରୁ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ନଜରରେ ରଖି ଏଠାରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ବଡ଼ଦିନ ଛୁଟିରେ ପୁରୀରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ। ଶ୍ରୀମନ୍ଦିର, ସମୁଦ୍ରକୂଳ, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି, ରାମଚଣ୍ଡୀ ମନ୍ଦିର, ସାତପଡ଼ା, ବାଲିହରଚଣ୍ଡୀ ଓ ପୀର ଜାହାନିଆରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ଏହିସବୁ ସ୍ଥାନରେ ପୁଲିସ ଫୋର୍ସ ଓ ଗୃହରକ୍ଷୀମାନଙ୍କ ସମେତ ସ୍ଥାନୀୟ ପୁଲିସମାନଙ୍କୁ ନିୟୋଜିତ କରାଯାଇଛି। ତେଣୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଧାର୍ମିକ ଅନୁଷ୍ଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ଜଣ ଅଫିସର ଓ ୫୫ ସେକ୍ସନ୍‌ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୩୬ ସେକ୍ସନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ବେଳାଭୂମିରେ ଦୁଇ ଜଣ ଇନିସ୍‌ପେକ୍ଟରଙ୍କ ନେତୃତ୍ବରେ ୩ ସେକ୍ସନ୍‌ ପୁଲିସ ଫୋର୍ସ ଓ ୩୦ ଜଣ ଗୃହରକ୍ଷୀ ନିୟୋଜିତ ରହିଛନ୍ତି। ସେହିପରି ପୁରୀରେ ଟ୍ରାଫିକ୍‌ ପରିଚାଳନା ପାଇଁ ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଦୁଇ ଜଣ ଇନିସ୍‌ପେକ୍ଟର, ୪ ସେକ୍ସନ୍‌ ପୁଲିସ ଫୋର୍ସ ଓ ୨୦ ଜଣ ଗୃହରକ୍ଷୀ ନି‌ୟୋଜିତ ରହିଛନ୍ତି। ପୁରୀ ଜିଲ୍ଲାରେ ତିନି ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୪ ଜଣ ଡିଏସ୍‌ପି, ୧୧ ଜଣ ଇନିସ୍‌ପେକ୍ଟର, ୭ ଜଣ ଏସ୍‌ଆଇ ଓ ଏଏସ୍ଆଇଙ୍କ ସମେତ ୭୦ ଜଣ ଗୃହରକ୍ଷୀ ନିୟୋଜିତ ରହିବେ। ଏହା ସହ ସମୁଦାୟ ୫୫ ସେକ୍ସନ୍‌ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ ରହିବେ ବୋଲି ସୂଚନା ମିଳିଛି। ସେହିପରି ପୁରୀ ସହରାଞ୍ଚଳର ତିନୋଟି ପ୍ରବେଶ ପଥ ମଙ୍ଗଳାଘାଟ ଛକ, ବାଟଗାଁ ଛକ ଓ ଗ୍ରୀଡ୍‌ ଷ୍ଟେସନ ଛକରେ ଚବିଷ ଘଣ୍ଟିଆ ପୁଲିସ ବ୍ୟବସ୍ଥା କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।