ଅପରାଧ ରାଜ୍ୟ

ବଡଧରଣର ଲୁଟ୍‌ : କେହିନଥିଲେ ଘରେ, ଗ୍ରୀଲ୍‌ ତାଡି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ୱର ୦୧।୦୬: ଭୁବନେଶ୍ୱରରେ ବଡ଼ଧରଣର ଲୁଟ୍‌ । ଘରେ ପଶି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନର ବି-୧ରୁ ଏକ ବଡଧରଣର ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘରର ପଛପଟ ଝରକା ଗ୍ରୀଲ୍‌ ତାଡି ଆଲ୍‌ମାରୀରୁ ସବୁ ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ପରିବାର ଲୋକ ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।