ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଲା ହିରୋ ଏକ୍ସଟ୍ରିମ୍ ୨୦୦ଏସ ବିଏସ-୬ ବାଇକ୍ : ନୂଆ ଫିଚର୍ ନୂଆ ଷ୍ଟାଇଲ୍, ଦାମ୍ ୧ ଲକ୍ଷ ୧୫ ହଜାରରୁ ଆରମ୍ଭ

ନୂଆଦିଲ୍ଲୀ, ୧୦|୧୧: ହିରୋ ମୋଟରକପ୍ ମଙ୍ଗଳବାର ବିଏସ-୬ ଇଞ୍ଜିନ୍ ବିଶିଷ୍ଟ ଏକ୍ସଟ୍ରିମ୍ ୨୦୦ଏସ୍ ଲଞ୍ଚ୍ କରିଛି । ଏହି ପ୍ରିମିୟମ ମୋଟରସାଇକେଲ ବଜାରରେ କେଟିଏମ ୨୦୦ ଡ୍ୟୁକ୍ ଓ ବଜାଜ ପଲସର୍ ୨୦୦ ଏନଏସ ସହ ପ୍ରତିଯୋଗିତା କରିବ । ଏହାସହ ଟିଭିଏସ ଆପାଚି ଆରଟିଆର ୨୦୦ ୪ଭି ଏ ପଲସର୍ ଆରଏସ୨୦୦କୁ ମଧ୍ୟ ଏହି ବାଇକ୍ କଡା ଟକ୍କର ଦେବ ।

ନୂଆ କରି ଲଞ୍ଚ୍ ହୋଇଥିବା ଏକ୍ସଟ୍ରିମ୍ ୨୦୦ ବିଏସ-୬ର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୧୫, ୭୧୬ ଟଙ୍କା । ଏହାର ବିଏସ-୪ ଭର୍ସନର ଦାମ୍ ୧,୦୦,୯୦୦ ଟଙ୍କା ଥିଲା । ଅର୍ଥାତ ନୂଆ ବାଇକର ଦାମ୍ ପୂର୍ବାପେକ୍ଷା ୧୪,୮୧୬ ଟଙ୍କା ବୃଦ୍ଧି ପାଇଛି । ଏହି ନୂଆ ଭର୍ସନରେ ଅଏଲ୍ କୁଲର୍ ଇଞ୍ଜିନ୍ ଥିବା ବେଳେ ପିଅର୍ଲ କଲରରେ ଏହା ଉପଲବ୍ଧ ।


ଏକ୍ସଟ୍ରିମ୍ ୨୦୦ଏସରେ ୨୦୦ ସିସିର ଇଞ୍ଜିନ୍ ରହିଛି । ଏଥିରେ ଏକ୍ସ ସେନ୍ସ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍ ୧୮ ପିଏସର ପାଓ୍ୱାର ଜେନେର୍ଟ୍ କରିଥାଏ । ଏହାସହ ୧୬.୪ ଏନଏମର ଟର୍କ ମଧ୍ୟ ଜେନେରେଟ୍ କରିଥାଏ । ଇଞ୍ଜିନକୁ ଥଣ୍ଡା ରଖିବା ପାଇଁ ଅଏଲ୍ କୁଲଡ୍ ଟେକ୍ନୋଲୋଜି ପ୍ରଦାନ କରାଯାଇଛି ।

ଏହି ନୂଆ ବାଇକରେ ୭-ଷ୍ଟେପ୍ ଆଡଜଷ୍ଟେବଲ୍ ମୋନୋ ସକ୍ ସସ୍ପେନସନ୍ ଦିଆଯାଇଛି । ଏହାସହ ବ୍ରେକିଂ ପାଇଁ ଏବିଏସ ମଧ୍ୟ ରହିଛି । ଆହୁରି ମଧ୍ୟ ବାଇକରେ ବ୍ଲୁ-ଟୁଥ୍ କନେକ୍ଟିଭିଟି, ନାଭିଗେସନ୍ , ଏଲଇଡି ଡିଜିଟାଲ କ୍ଲଷ୍ଟର୍ ସହ ଗିଅର ଇଣ୍ଡିକେଟର୍ ମଧ୍ୟ ରହିଛି । ଏହାସହ ଟ୍ରିପ୍ ମିଟର ଓ ସର୍ଭିସ୍ ରିମାଇଣ୍ଡର ଭଳି ଆଡଭାନ୍ସଡ୍ ଫିଚର୍ ପ୍ରଦାନ କରାଯାଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ