ଦେଶ ବିଦେଶ ମନୋରଞ୍ଜନ

“ବଚ୍ଚନ ଜୀ, କାହିଁକି ଏମିତି କହୁଛନ୍ତି, ଆପଣ ଆମ ଆଖିରେ ଲୁହ ଦେଲେ”, ବିଗ୍ ବିଙ୍କ କଥାରେ କାହିଁକି ଉଦାସ ଏବେ ପ୍ରଶଂସକ ?

ମୁମ୍ବାଇ ୧୫।୧: ଅମିତାଭ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିର ଏକ ନାମିଦାମୀ କଳକାର । ତାଙ୍କୁ ଏହି ଇଣ୍ଡଷ୍ଟ୍ରିରେ କାମ କରିବାର ଅନେକ ବର୍ଷ ବିତିଗଲାଣି । ସେ ଆଜି ବି ମଧ୍ୟ କୌଣସି ଫିଲ୍ମ କିମ୍ବା କୌଣସି ଶୋ’ରେ ନଜର ଆସୁଛନ୍ତି । ଆଜିକାଲି ଅଭିନେତା ‘କୌନ୍ ବନେଗା କରୋଡପତି ୧୨’ ସୁଟିଂରେ ବ୍ୟସ୍ତ ଥିଲେ । ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରନ୍ତି, କିନ୍ତୁ ଅମିତାଭ ବର୍ତ୍ତମାନ ‘କୌନ୍ ବନେଗା କରୋଡପତି ୧୨’ ରୁ ଅବସର ନେବାକୁ କହିଛନ୍ତି ।

ଏହାର ସୂଚନା ଅମିତାଭ ନିଜର ବ୍ଲଗ୍ ମାଧ୍ୟମରେ ଦେଇଛନ୍ତି । ଅମିତାଭ ନିଜର ବ୍ଲଗରେ ଲେଖିଛନ୍ତି, ‘ମୁଁ ଏବେ ଥକି ପଡିଲିଣି ଏବଂ ଅବସର ନେଇ ସାରିଲିଣି । ଆପଣ ସମସ୍ତଙ୍କଠାରୁ ମୁଁ କ୍ଷମା ଚାହୁଁଛି, କୌନ୍ ବନେଗା କରୋଡପତି ସୁଟିଂର ଶେଷ ଦିନ ବହୁତ ଲମ୍ବା ଥିଲା । ଶୋ’ର ଶେଷ ଏପିସୋଡ୍ ଫେରୁଏଲ୍ ଅବସରରେ ଅନେକ ଗୁଡିଏ ଭଲ ପାଇବା ମିଳିଛି ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ସମସ୍ତ ଜିନିଷ ପରସ୍ପର ସହ ଜଡିତ ଅଛି । ଇଛା କେବଳ ଏତିକି ଅଛି, ଏ ସବୁ କେବେ ନ ଅଟକି ସବୁବେଳେ ଏମିତି ଚାଲିଥାଉ । ଆଶା କରୁଛି ଖୁବ୍ ଶୀଘ୍ର ଏ ସବୁ ପୁଣି ଥରେ ହେଉ । ଶୋ’ର କାଷ୍ଟ ଏବଂ ପୁରା ଟିମ୍ ଖୁବ୍ ଯତ୍ନଶୀଳ ଏବଂ କଠିନ ପରିଶ୍ରମୀ ଥିଲେ । ଏଠାରେ ଅନେକ ଗୁଡିଏ ଏମିତି ଜିନିଷ ଅଛି ଯାହା ସେଟ୍ ରୁ ଆପଣଙ୍କୁ ଟାଣିଆଣେ ।

ଅମିତାଭ ବଚ୍ଚନ କରୋନାକୁ ହରାଇ ପୁନର୍ବାର କାମକୁ ଫେରିଥିଲେ । ବିଗ୍ ବିଙ୍କର ଏହି ଶୋ’କୁ ଫ୍ୟାନ୍ସ ଖୁବ୍ ଭଲ ପାଇଥାନ୍ତି କିନ୍ତୁ ଏବେ କୌନ୍ ବନେଗା କରୋଡପତିରୁ ତାଙ୍କର ଅବସର ନେବା କଥା ଫ୍ୟାନମାନଙ୍କୁ ନିରାଶ କରିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ