ମନୋରଞ୍ଜନ

‘ବଚପନ୍‌ କା ପ୍ୟାର୍‌’ ପରେ ସହଦେବଙ୍କ ଆଉ ଏକ ଗୀତ ଭାଇରାଲ୍‌, ସୋସିଆଲ ମିଡିଆରେ ମଚାଇଛି ଧୁମ୍‌

‘ବଚପନ୍‌ କା ପ୍ୟା’ର୍ ଭାଇରାଲ୍‌ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଛତିଶଗଡ଼ର ସହଦେବ ଦିର୍‌ଦୋଙ୍କର ଆଉ ଏକ ଗୀତ ଭାଇରାଲ୍‌ ହେଉଛି । ସେ ‘ମନୀ ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଗୀତ ଗାଇଛନ୍ତି । ଏହି ଭିଡିଓ ଫ୍ୟାନଙ୍କୁ ଖୁବ୍‌ ପସନ୍ଦ ଆସୁଛି ଏବଂ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

‘ମନି ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଏବେ ଚାରିଆଡ଼େ ଧୁମ୍‌ ମଚାଇଛି । ୱେବ ସିରିଜକୁ ନେଇ ଚାଲିଥିବା କ୍ରେଜ୍‌ ଭିତରେ କିଛି ଦିନ ତଳେ ମୁମ୍ବାଇ ପୋଳିସର ପାଖାପାଖି ୨୦ ଜଣ କର୍ମଚାରୀ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ଏହି ଲୋକପ୍ରିୟ ଗୀତ ବଜାଇଲେ । ଏହା ପରେ ଏବେ ସହଦେବଙ୍କର ‘ବେଲା ’ ଭର୍ସନ୍‌ ଖୁବ୍‌ ଭାଇରାଲ୍‌ ହେଉଛି । ଫେସବୁକ୍‌ ପେଜ୍‌ ‘ଦେଶୀ ହୋମୀ’ ଦ୍ୱାରା ଶେଆର୍‌ କରାଯାଇଥିବା ଏହି ଭିଡିଓକୁ ପୋଷ୍ଟ କରାଯିବାର କେଇ ଘଣ୍ଟା ଭିତରେ ହଜାର ହଜାର ଲାଇକ୍ସ ଓ ଅନେକ କମେଣ୍ଟ ମିଳିଛି । କିଛି ଲୋକେ ସହଦେବଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏଠାରେ କହିରଖୁଛୁ ଯେ ୧୯୬୨ରେ ଇଟାଲୀୟ ଲୋକ ଗାୟକ ଜିଓଭାନ୍ନା ଡେଫାନୀ ‘ ବେଲା ଚାଓ’ ଗୀତର ରେକର୍ଡ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ