ତେବେ ଏଠାରେ ଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ମାଆଙ୍କ ପୂଜାକୁ ଅଧିକ ଖାସ୍ କରିଥାନ୍ତି । ସେମାନଙ୍କର ପ୍ରତିଦିନ ଦେଖିବାକୁ ମିଳିଥାଏ ନୂଆ ନୂଆ ବେଶ ଭୂଷା । ପ୍ରତିଦିନ ପେଣ୍ଡାଲରେ ମାଆ ଦର୍ଶନ ସହ ନାଚଗୀତ ଦେଖିବାକୁ ମିଳିଥିଏ । ଠିକ୍ ସେହିପରି ଆସାନସୋଲ, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଥିଲା ମହିଳାଙ୍କ ନିଆରା ନୃତ୍ୟ । ସୁନ୍ଦର ଭାବେ ସଜେଇ ହୋଇ ମହିଳାମାନେ ପ୍ରଦର୍ଶିତ କରିଥିଲେ ଧୁନୁଚୀ ନୃତ୍ୟ ।