ମନୋରଞ୍ଜନ

ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି ରଣବୀର କପୁର, ଲାଟେଷ୍ଟ ଭିଡିଓ ଦେଖି ୟୁଜର୍ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ ୨୬/୦୪: ମହାମାରୀ କାରଣରୁ ବଲିଉଡ ସେଲିବ୍ରେଟିମାନଙ୍କର ଅନେକ ବଡ ପ୍ରୋଜେକ୍ଟ ଅଟକି ରହିଛି । ଏହି ସମୟରେ ଅଭିନେତା ରଣବୀର କପୁରଙ୍କ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଛି । ଏହି ଭିଡିଓକୁ ଦେଖି ସମସ୍ତେ ପ୍ରଶ୍ନ କରୁଛନ୍ତି, କ’ଣ ରଣବୀର କପୁର ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ପ୍ଲାନ୍ କରୁଛନ୍ତି ? ଭିଡିଓରେ ରଣବୀର କିଛି ସମାନ ସୂଚନା ଦେଉଥିବାର ନଜର ଆସିଛନ୍ତି । ତେବେ ଖୁବ୍ ଶିଘ୍ର ଏହି ପ୍ରୋଜେକ୍ଟ ବାହାରକୁ ଆସିବାକୁ ଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଭାଇରାଲ୍ ଭିଡିଓ ତାଙ୍କ ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇ ଦେଇଛି ।

ବାସ୍ତବରେ, ନେଟଫ୍ଲିକ୍ସର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରଣବୀର କପୁରଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ରଣବୀର ଏପରି କିଛି କହୁଥିବାର ଦେଖାଯାଇଛି – ନେଟଫ୍ଲିକ୍ସରେ ‘ଆକ୍ସନ୍, କମେଡି, ଡ୍ରାମା, ରୋମାନ୍ସ, କାର୍ଟୁନ୍ … ଅର୍ଥାତ୍ ଫ୍ୟାମିଲି ପାଇଁ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ, ବର୍ତ୍ତମାନ ଆପଣ ସମସ୍ତେ ବ୍ୟସ୍ତ ଅଛନ୍ତି, କ୍ରିକେଟ୍ ପରେ ଦେଖାହେବ’ । ଏହି ଭିଡିଓରେ ଦର୍ଶାଯାଇଛି ଯେ ଆଇପିଏଲ ସିଜିନ୍ ପରେ ରଣବୀର OTT ପ୍ଲାଟଫର୍ମରେ ଏକ ଦମଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଏହି ଭିଡିଓ ସେୟାର କରିବାବେଳେ କିଛି ଏପରି କୁହାଯାଇଛି । ଏହାର କ୍ୟାପସନରେ ଲେଖା ହୋଇଛି- ‘ରଣବୀର କପୁରଙ୍କ ଦ୍ୱିତୀୟ ପ୍ରୟାସ ଆପଣଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କିନ୍ତୁ ଆମେ ବୁଝିପାରୁଛୁ ଯେ ଆପଣ ଶୁଣୁ ନାହାଁନ୍ତି । ଶୀଘ୍ର ଦେଖା ହେବ’। ଏହି ଭିଡିଓ ଦେଖିବା ପରେ ରଣବୀରଙ୍କ ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି, ରଣବୀର OTT ଡେବ୍ୟୁ କରିବାକୁ ଯାଉଛନ୍ତି କି?

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ