ଦେଶ ବିଦେଶ ସ୍ୱାସ୍ଥ୍ୟ

ଫ୍ରାନ୍ସରେ କୋଭିଡ୍‌ଜନିତ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ: ଓମିକ୍ରନ୍‌ର ବିଏ.୨ ଉପ-କିସମ ଯୋଗୁ ୟୁରୋପର କେତେକ ଅଂଶ ଓ ଚୀନ୍‌ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। ଫ୍ରାନ୍ସ, ଇଟାଲି, ଜର୍ମାନୀ ଓ ଇଂଲଣ୍ଡରେ ଚଳିତ ମାସରେ ସଂକ୍ରମଣ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସିଆର ଆର୍ଥିକ ପେଣ୍ଠ ହଂକଂରେ ପରିସ୍ଥିତିରେ ସ୍ଥିରତା ଆସୁଛି। ଚୀନ୍‌ର ମୁଖ୍ୟ ଭୂଭାଗ, ସାଂଘାଇରେ ନୂଆ ହଟ୍‌ସ୍ପଟ୍ ଠାବ କରାଯିବା ସହ ଦୈନିକ ସଂକ୍ରମଣ ୪,୪୦୦ ପାଖାପାଖି ରହୁଛି। ହଂକଂରେ ସୋମବାର ୭,୬୮୫ ନୂଆ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ନୂତନ ଦୈନିକ ସଂକ୍ରମଣ ସଂଖ୍ୟା ଆଉ ପ୍ରାୟ ବଢ଼ୁ ନ ଥିବା କୁହାଯାଇଛି। ଧୀରେ ଧୀରେ ସ୍ଥିତିରେ ସ୍ଥିରତା ଆସୁଛି। ସାଂଘାଇରେ ସୋମବାର ୪,୪୦୦ ନୂଆ ସଂକ୍ରମଣ ପଞ୍ଜୀକୃତ ହୋଇଥିଲା, ସେଠାରେ ସାନି ଲକ୍‌ଡାଉନ୍ ଲାଗୁ କରାଯାଇଛି।

ଭାରତରେ ସଂକ୍ରମଣ ତଳମୁହାଁ ହୋଇଛି। କିନ୍ତୁ ଫ୍ରାନ୍ସରେ ସୋମବାର ୨୪ ଘଣ୍ଟାରେ କୋଭିଡ୍‌-୧୯ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୪୬୭ ବୃଦ୍ଧି ପାଇ ୨୧,୦୭୩ରେ ପହଞ୍ଚିଛି, ଯାହା ଫେବ୍ରୁଆରି ୧ରୁ ଅଦ୍ୟାବଧି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୋଟ କରୋନା ରୋଗୀ ସଂଖ୍ୟା। ସେହିପରି ଇଟାଲିରେ ଦୁଇଦିନରେ ୯୦,୦୦୦ରୁ ଊର୍ଦ୍ଧ୍ବ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଇଟାଲିରେ ସୋମବାର ୩୦,୭୧୦ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ତା’ ପୂର୍ବଦିନ ଏହି ସଂଖ୍ୟା ଥିଲା ୫୯,୫୫୫। ଅର୍ଥାତ୍ ଦୈନିକ ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ସୋମବାର କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଯୋଗୁ ସେ ଭାରତ ଗସ୍ତ ବନ୍ଦ କରି ଗୃହ-ସଂଗରୋଧରେ ରହି ଅନ୍‌ଲାଇନ୍ ସରକାରୀ କାମ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଟିକାକରଣରେ ଅସମତା ହିଁ କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧିର କାରଣ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ