ଦେଶ ବିଦେଶ

ଫେସବୁକ, ଇନଷ୍ଟାଗ୍ରାମର ସମସ୍ୟାକୁ ନେଇ ତାତ୍ସଲ୍ୟ କଲେ ମସ୍କ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ସାରା ବିଶ୍ବରେ ଡାଉନ୍‌ ହେବା ପରେ କିଛି ଘଣ୍ଟା ପରେ ଠିକ୍‌ ହୋଇଥିଲା।  ଏହି ସମସ୍ୟାକୁ ନେଇ ଏକ୍ସର ମାଲିକ ଏଲନ ମସ୍କ ମେଟା ମାଲିକାନାରେ ଥିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ବିଶ୍ବସ୍ତରୀୟ ବିଚ୍ଛିନ୍ନତା ଉପରେ ପ୍ରତିକ୍ରିୟା ପ୍ରକାଶ କରୁଥିବା ପୋଷ୍ଟଗୁଡ଼ିକୁ ସେୟାର୍‌ କରିଛନ୍ତି। ସେ ଏକ ମିମ୍‌ ସେୟାର କରି ମେଟାକୁ ତାତ୍ସଲ୍ୟ କରିଥିବା ଦେଖିବାକୁ ମିଳିଛି।

ମିମ୍‌ରେ ଟ୍ବିଟର୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଥ୍ରେଡ୍‌ ଆଦି ଲେଖାଥିବା କାର୍ଟୁନ ସେୟାର କରିବା ସହ ମେଟାର ଯୋଗାଯୋଗ ନିର୍ଦ୍ଦେଶକ ଆଣ୍ଡି ଷ୍ଟୋନ୍‌ଙ୍କର ଏକ ପୋଷ୍ଟ୍‌ ସେୟାର୍‌ କରିଛନ୍ତି। ଯେଉଁ ପୋଷ୍ଟ୍‌ରେ ସେ ଲେଖିଛନ୍ତି, ‘‘ମୋଟା ଏହି ସମସ୍ୟାକୁ ସମାଧାନ କରିବାର ବାଟ ଖୋଜୁଛି।’’

ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଫେସ୍‌ବୁକ୍‌ ଖୋଲିନଥିଲା। ମିଳିଥିବା ସୂଚନା ମୁତାବକ, ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଏଭଳି ସମସ୍ୟା ଉପୁଜିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ