ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେବ୍ରୁଆରି ୧ରୁ ପଦୋନ୍ନତି ଅଦାଲତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି ଅଦାଲତ ଆୟୋଜନ ହେବ। ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ।

ଇ‌-ମେଲ୍‌ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ସେଥିରୁ gadmin.or@nic.in ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ଅଦଲାତ ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ଉପସ୍ଥାପନ କରାଯିବ। ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ବୀକାର ପଠାଇ ଦିଆଯାଇଛି। ଇ-ମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ବୀକାରର ଗୋଟିଏ ଫଟୋ କପି ଆଣିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି। ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକୁ କେବଳ ଆବେଦନକାରୀମାନେ ପ୍ରବେଶ କରିପାରିବେ।

ପଦୋନ୍ନତି ଅଦାଲତଗୁଡ଼ିକର ବିସ୍ତୃତ କାର୍ଯ୍ୟସୂଚୀ ସାଧାରଣ ପ୍ରଶାସନ ଓ ପେନ୍‌ସନ ଅଭିଯୋଗ ବିଭାଗର ୱେବସାଇଟରୁ ମିଳିପାରିବ। ପଦୋନ୍ନତି ଅଦାଲତର ଅଧିକାରୀ, ସ୍ଥାନ, ବିଭାଗ, ତାରିଖ ଓ ସମୟ ନିର୍ଘଣ୍ଟ ଆଦି ସ୍ଥିରୀକୃତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେବ୍ରୁ୍ଆରି ୧ ତାରିଖ ସକାଳ ୧୦ଟାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅପରାହ୍‌ଣ ୩ଟାରେ ଯୋଜନା ଓ ସ‌ଂଯୋଜନ ବିଭାଗ, ଫେବ୍ରୁଆରି ୨ତାରିଖ ସକା‌ଳ ୧୦ଟାରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅପରାହ୍‌ଣ ୩ଟାରେ ଇସ୍ପାତ ଓ ଖଣି ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳେ ଜଙ୍ଗଲ ଓ ପରିବେଶ ବିଭାଗର ଆବେଦନଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବ୍ରୁଆରି ୧ତାରିଖ ସକାଳ ୧୦ଟାରେ ଉଚ୍ଚଶିକ୍ଷା ବିଭାଗ, ଅପରାହ୍‌ଣ ୩ଟାରେ ବିଜ୍ଞାନ ଓ ବୈଷୟିକ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୩ଟାରେ ସାଧାରଣ ଉଦ୍ୟୋଗ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟ‌ାରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଅପରାହ୍‌ଣ ୩ଟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟଙ୍କ ଅଦାଲତରେ ବିଚାର କରାଯିବ।

ଗୋପବନ୍ଧୁ ଏକାଡେମିର ନୂତନ ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ, ଅପରାହ୍‌ଣ ୩ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଅବକାରୀ ବିଭାଗ, ଅପରାହ୍‌ଣ ୩ଟାରେ ସୂଚନା ଓ ଲୋକସଂପର୍କ ବିଭାଗ, ଫେବ୍ରୁଆରି ୩ତାରିଖ ସକାଳ ୧୦ଟାରେ ସମବାୟ ବିଭାଗର ଆବେଦନଗୁଡ଼ିକର ବିଚାର ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ତାରିଖ ସକାଳ ୧୦ଟାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ଅପରାହ୍‌ଣ ୩ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଜଳସଂପଦ ବିଭାଗ, ଅପରାହ୍‌ଣ ୩ଟାରେ ପୂର୍ତ ବିଭାଗ, ଫେବ୍ରୁଆରି ୩ତାରିଖ ସକାଳ ୧୦ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଅପରାହ୍‌ଣ ୩ଟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ ବିଚାର କରିବେ।

ଇଡ୍‌କୋ ଭବନର ୫ମ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ତାରିଖ ୧୦ଟାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅପରାହ୍‌ଣ ୩ଟାରେ ଅର୍ଥ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଶକ୍ତି ବିଭାଗ, ଅପରାହ୍‌ଣ ୩ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟାରେ ପର୍ଯ୍ୟଟନ ବିଭାଗ, ଅପରାହ୍‌ଣ ୩ଟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆବେଦନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି। କୃଷି ଭବନ ପ୍ରେକ୍ଷାଳୟରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ କୃଷି ବିଭାଗ, ଅପରାହ୍‌ଣ ୩ଟାରେ ସଂସଦୀୟ ବ୍ୟାପାର ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅପରାହ୍‌ଣ ୩ଟାରେ ଅନୁସୂଚତି ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟାରେ ଗୃହ ବିଭାଗ, ଅପରାହ୍‌ଣ ୩ଟାରେ ସାଧାରଣ ଅଭିଯୋଗ ବିଭାଗର ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଚାର କରିବେ।

ୟୁନିଟ୍‌-୮ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆରଡି) ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅପରାହ୍‌ଣ ୩ଟାରେ ଆଇନ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅପରାହ୍‌ଣ ୩ଟାରେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳେ ଶିଳ୍ପ ବିଭାଗ, ଅପରାହ୍‌ଣ ୩ଟାରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଆବେଦନପତ୍ର ଗୁଡ଼ିକର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଦାଲତରେ ଉପସ୍ଥାପନ କରାଯିବ। ଆବଶ୍ୟକସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।