ଅପରାଧ ରାଜ୍ୟ

ଫୁଟ୍‌ବଲ୍‌ ଖେଳ ବେଳେ ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ସଦର ଥାନା ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡ଼ିସାହିରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମହାଦେଈଯୋଡ଼ା ମୁଣ୍ଡାସାହିର ବିକି ମୁଣ୍ଡା (୨୫)। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁରୁଡ଼ିସାହିରେ ଆଜି ଅପରାହ୍ନ ସାଢ଼େ ୩ଟାବେଳେ ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଖେଳ ଚାଲିଥିଲା। ବିକି ପଡ଼ିଆରେ ବସି ଖେଳ ଦେଖୁଥିଲେ। ଏହିସମୟରେ ଜଣେ ଅଚିହ୍ନା ଯୁବକ ଏକ ଟାଙ୍ଗିଆ ନେଇ ଆସି ସେଠାରେ ପହଞ୍ଚିଥିଲା। ସମସ୍ତେ ଖେଳ ଦେଖୁଥିବା ବେଳେ ଟାଙ୍ଗିଆରେ ବିକିଙ୍କ ମୁଣ୍ଡର ପଛପଟକୁ ହାଣି ଦେଇଥିଲା। ପରେ ତାଙ୍କ ବେକକୁ ଏକ ଚୋଟ ପକାଇଥିଲା। ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖେଳ ଦେଖିୁଥିବା ଅନ୍ୟ ଲୋକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଖବର ପାଇ କେନ୍ଦୁଝର ସଦର ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ହତ୍ୟାକାରୀ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ବିକି ନାମରେ କେନ୍ଦୁଝର ସଦର ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଡକାୟତି ମାମଲା ଥିବା ପୁଲିସ କହିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।